ଲୁରୁପାଲିରେ ଅନ୍ତର୍ଜାତୀୟ ଯୋଗ ଦିବସ
ସୁରେନ୍ଦ୍ର କଠାର,ବରଗଡ
ଆଜି ଜୁନ ମାସ ୨୧ ତାରିଖ ଅନ୍ତର୍ଜାତୀୟ ଯୋଗ ଦିବସ |ଏହି ଅବସରରେ ଆଜି ଅତାବିରା ବ୍ଲକ ଅଧିନ ମନାପଡା ପଂଚାୟତ ଲୁରୁପାଲି ଗ୍ରାମରେ ଏକ ଯୋଗ ଶିବିର ଆୟୋଜିତ ହୋଇଯାଇଛି ଏମବିକେ ଜାହ୍ନବୀ ପ୍ରଧାନଙ୍କ ନେତୃତ୍ବରେ |ଏହି ଯୋଗ ଶିବିରର ମହିଳା ସ୍ବଂୟସହାୟକ ଗୋଷ୍ଠୀର ସଦସ୍ୟ ମାନେ ଯୋଗଦେଇଥିଲେ |ଅନ୍ତର୍ଜାତୀୟ ଯୋଗ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଓ ଯୋଗର ଉପକାରିତା ସମ୍ପର୍କରେ ଏମବିକେ ଜାହ୍ନବୀ ପ୍ରଧାନ ଅତି ପ୍ରାଞ୍ଜଳ ଭାବେ ବୁଝାଇଥିଲେ |ପ୍ରତ୍ୟେକ ଦିନ ସକାଳେ ଶରୀର ସୁସ୍ଥ ପାଇଁ ଯୋଗ କରିବାକୁ ଅନୁରୋଧ କରିଥିଲେ |
