April 29, 2026

ଛତ୍ତର୍ଲା ଗ୍ରାମ ପଞ୍ଚାୟତ ସଦର ମହକୁମା ରେ ସରପଞ୍ଚ ସଙ୍ଘ ର ମାସିକ ବୈଠକ.

IMG-20250621-WA0068
Share

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ଛତ୍ତର୍ଲା ଗ୍ରାମ ପଞ୍ଚାୟତ କାର୍ଯାଳୟ ପରିସର ରେ ସରପଞ୍ଚ ସଂଘ ର ମାସିକ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି.ଏହି ବୈଠକ ରେ କୁରମା କୋଟ ଠାରୁ ମହନ୍ତିପୁଟ. କଙ୍ଗିଆଗୁଡା ଠାରୁ ମାଝୀ ଗୁଡା. ଅଁଳା ଭଟା ଠାରୁ କୁକୁଡି ପଦର. ଦେଓର୍ଲି ଠାରୁ ସେମଳା ଓ ଭୁର୍ସି. ଖଡଗ ପୁର ଠାରୁ ଭାଲୁଗୁଡା. ଟେମରା ଗୁଡା. ଫଟକି କୁମ୍ବି ଠାରୁ ନଦୀ ଘାଟ. ଚିତ୍ର ଠାରୁ ପଠାନ ଗୁଡା. ଓ ଝନକି ଯବା ରାସ୍ତା ସମେତ ବ୍ଲକର ସତର ଗୋଟି ପଞ୍ଚାୟତ ର ରାସ୍ତା ଘାଟର ଅବସ୍ଥା ବହୁ ଶୋଚନିୟ ହୋଇପଡିଛି I ଭନସୁଲି ସରପଞ୍ଚ ଙ୍କୁ ଦବଲ ଏଇଇ ସନ୍ତୋଷ ବାଗସିଂ ଙ୍କ ଦୁର୍ବ୍ୟବହାର ଏ ତଲା ପରେ ମଧ୍ୟ ଘଟଣା କୁ ଚପାଇ ଦିଆ ଯାଇଛି ବୋଲି ବୈଠକ ରେ ଅସନ୍ତୋଷ ପ୍ରକାଶ ପାଇଥିବା ଜଣାଯାଇଛି I ମଣ୍ଡି ରେ ଧାନ ବିକ୍ରି ରେ ଅନୀୟମିତତା ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ରେ ବ୍ଲକର ସମସ୍ତ ଅଧିକାରୀ ଉପସ୍ଥିତ ରହିବା ଜ଼ିଲ୍ଲା ପ୍ରଶାସନ ଚିଠି ରେ ଉଲେଖ ରହିଥିବା ବେଳେ ତାହାର ବ୍ୟତି କ୍ରମ ଦେଖା ଦେଉଛି Iବାବୁ ମାନେ ବ୍ଲକ ହେଡ଼ କ୍ୱାଆରଟେର ରେ ରହୁ ନାହାନ୍ତି ଅଞ୍ଚଳ ଗସ୍ତ କରୁନାହାନ୍ତି କିମ୍ବା ଜନ ଶୁଣାଣି ଶିବିର ରେ ଦେଖା ନାହିଁ,ମନ ଇଚ୍ଛା ଆସି ଉପସ୍ଥାନ ଖାତା ରେ ଦସ୍ତଖତ ଦେଇ ଚାଲି ଯାଉଛନ୍ତି I ପ୍ରକ୍ରୁତ ରେ ଅଞ୍ଚଳ କେହି ଗସ୍ତ କରୁ ନାହାନ୍ତି କେବଳ ନଥି ପତ୍ର ଏବଂ ଭିସି ମାଧ୍ୟମ ରେ ଚାଲୁଛି ଉନ୍ନୟନ କାମ ବୋଲି ଆଲୋଚନା ହୋଇଥିବାର ଜଣା ଯାଇଛି. ଛତ୍ତର୍ଲା ସରପଞ୍ଚ ତ୍ରିନାଥ ମାଝୀ ଙ୍କ ସଭା ପତିତ୍ୱ ରେ ଆୟଜିତ ବୈଠକ ରେ ସଙ୍ଘ ର ସଭାପତି ଦେବ ମାଝୀ ସମ୍ପାଦକ କମଳା ପୂଜାରୀ. ବୁଦାଏ ମାଝୀ . କୋମଳା ଚାଲାଣ. ବନିତା ମାଝୀ. ସୁଶ୍ରୀ ପୁଷ୍ପା ପୂଜାରୀ. ସନ ମତି ଗାଦବା. ପୂର୍ଣ୍ଣ ପୂଜାରୀ. ମନମତି ପୂଜାରୀ.ଙ୍କ ସମେତ ସରପଞ୍ଚ ମାନେ ଉପସ୍ଥିତ ଥିଲେ କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିୟୁସ ଉପାନ୍ତ ଖବର

You may have missed