April 30, 2026

କଂଗ୍ରେସ ପକ୍ଷରୁ ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀରେ ରୋଡ୍ ସୋ…

tvv
Share

ବୋଲଗଡ଼,(ଉପାନ୍ତ ଖବର): ଆଗାମୀ ସାଧାରଣ ନିର୍ବାଚନ ପାଇଁ ବେଗୁନିଆ- ୧୧୬ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ତାର ସେନାପତି ଚୟନ କରିସାରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ପୁତ୍ର ପୃଥିବୀ ବଲ୍ଲଭ ପଟ୍ଟନାୟକ ଙ୍କୁ ଟିକେଟ ଦେଇ ତାର ପତିଆରା ଜାହିର କରିଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଆ ରାଜନୀତିରେ ପ୍ରମୁଖ ଦଳଭାବେ ଭୂମିକା ନିର୍ବାହ କରୁଥିବା ବିଜେଡି ଓ ବିଜେପି ତାର ସେନାପତି ଚୟନ କରିନଥିବା ବେଳେ କଂଗ୍ରେସ ଆଉ ପାଦେ ଆଗେଇକି ରହିଛି। ଏହି ଅବସରରେ ଏହି ଅବସରରେ ବେଗୁନିଆ ବ୍ଲକ୍ ର ସାରୁଅ ଠାରେ ଏକ ବିଶାଳ ସମ୍ବର୍ଦ୍ଧନା ଓ ସୋଭାଯାତ୍ରା ଆୟୋଜନ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଭୂବନେଶ୍ବର ସଂସଦୀୟ କ୍ଷେତ୍ରର ସାଂସଦ ପ୍ରାର୍ଥୀ ୟାସିର ନୱାଜ ଓ ବିଧାନ ସଭା ପାର୍ଥୀ ପୃଥିବୀ ବଲ୍ଲଭ ପଟ୍ଟନାୟକ ଙ୍କୁ ଏକ ବିଶାଳ ଦୁଇ ଚକିଆ ଜାନ ସୋଭାଯାତ୍ରାରେ ନିର୍ବାଚନ ମଣ୍ଡଳୀ ସାରୁଅ ଠାରୁ ବାହାରି ବୋଲଗଡ଼ ବ୍ଲକ୍ ର ବିଜିପୁର ଗେଟ୍ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ। ଏହି ଶୋଭାଯାତ୍ରାରେ ବହୁ କଂଗ୍ରେସ କର୍ମୀ ମାନେ ଯୋଗଦେବା ସହ ବହୁ ସଂଖ୍ୟାରେ ସମର୍ଥନ ମିଳିବାର ଦେଖି ବାକୁ ମିଳିଥିଲା।

You may have missed