April 30, 2026

ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଙ୍କ କାର୍ଯ୍ୟାଳୟ ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ

g5
Share

ଗୁଣପୁର-ଗୁଣୁପୁର ସଦର ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ବିକ୍ରମପୁର ଠାରେ ଗୁଣୁପୁର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଙ୍କ କାର୍ଯ୍ୟାଳୟ ର ତାଲୁକ ଲିଗାଲ ସହାୟତା କମିଟି ତରଫରୁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି

ଏହି ଆଇନ ସଚେତନତା କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଶେଖ ମହମ୍ମଦ କଇସି ସବ ଜର୍ଜ ସନ୍ତୋଷ କୁମାର ମହାପାତ୍ର
ଏସ ଡି ଜେ ଏମ ଶାନ୍ତଶ୍ରୀ ମହାନ୍ତି ପ୍ରଥମ ଶ୍ରେଣୀ ବିଚାରପତି ଦେବାନ ସତ୍ୟଦର୍ଶି ନନ୍ଦ ଓକିଲ ସଙ୍ଘ ସଭାପତି ଦେବି ଆଚାର୍ଯ୍ୟ ସାହାରା ପରିବାର ପରାମର୍ଶ କେନ୍ଦ୍ର ର ସଚିବ ପ୍ରମୋଦ କୁମାର ସାହୁ ବରିଷ୍ଠ ଆଇନଜୀବୀ ଉମା ପଟନାୟକ ଇନ୍ଦ୍ରାକ୍ଷୀ ଦାସ ସୁରଜ ପାତ୍ର ରମେଶ ଲିମା ଯୋଗ ଦେଇ ଆଇନ ଉପରେ ଆଲୋକପାତ କରିଥିଲେ

ଏହି କାର୍ଯ୍ୟକ୍ରମ ରେ ଏକଲବ୍ୟ ବିଦ୍ୟାଳୟ ର ଅଧକ୍ଷ୍ୟ ଅନନ୍ତ ତ୍ରିପାଠୀ ଯୋଗ ଦେଇ ଆଇନ ଉପରେ ବିଚାରପତି ଙ୍କ ମତ କୁ ସନମାନ ଦେଇ ଥିଲେ
ଶେଷ ରେ ବିଦ୍ୟାଳୟ ର ଶିକ୍ଷକ ଧନ୍ୟବାଦ ଦେଇ ଥିଲେ(ସୁରେନ୍ଦ୍ର ମହାନ୍ତି )

You may have missed