May 10, 2026

ତିରୁପତି ରେ ସ୍ଵର୍ଣ୍ଣପଦକ ହାସଲ କରି ଗୌରବ ଆଣିଲେ ଓଡ଼ିଆ ଝିଅ ଶୁଭଶ୍ରୀ ପାତ୍ର 

IMG-20250321-WA0033
Share

 

ସମ୍ବଲପୁରୀ, (ରାଜାରାମ ଷଡ଼ଙ୍ଗୀ):ସୋନପୁର ମହାବିଦ୍ୟାଳୟ ର ସଂସ୍କୃତ ବିଭାଗ ର ପୂର୍ବତନ ଛାତ୍ରୀ ତଥା ବୌଦ୍ଧ ଜିଲ୍ଲା କଣ୍ଟାମାଳ ସ୍ଥିତ ମକଡିଆପଦର ଗ୍ରାମ ର ଶ୍ରୀଯୁକ୍ତ ପ୍ରମୋଦ କୁମାର ପାତ୍ର ଏବଂ ସୁଚିତ୍ରା ପାତ୍ର ଙ୍କ ପୂତ୍ରୀ ସୁଶ୍ରୀ ଶୁଭଶ୍ରୀ ପାତ୍ର ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ , ତିରୁପତି ରୁ ସଂସ୍କୃତ ବିଷୟରେ ପରାସ୍ନାତକ ତଥା ଆଚାର୍ଯ୍ୟ (M.A) କରି, ସେଥିରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣ ପଦକ ଲାଭ କରିଛନ୍ତି। ସେ ପୂର୍ବରୁ ମଧ୍ୟ ଜଣେ ମେଧାବୀ ଛାତ୍ରୀ ଥିଲେ । +୩ ରେ ମଧ୍ୟ ସମ୍ବଲପୁର ବିଶ୍ଵବିଦ୍ୟାଳୟ ରେ ସଂସ୍କୃତ ବିଷୟ ରେ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ବଜାଇ ରଖିଥିଲେ। ବର୍ତମାନ ସେ ଦିଲ୍ଲୀ ସ୍ଥିତ ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟରେ ସଂସ୍କୃତରେ ଶିକ୍ଷାଶାସ୍ତ୍ରୀ କରୁଛନ୍ତି। ସେ ଏହାର ସମସ୍ତ ଶ୍ରେୟ ତାଙ୍କ ଅଭିଭାବକ ତଥା ବାପା ଏବଂ ମା ତଥା ପରିବାର ବର୍ଗ ଙ୍କୁ ଦେଇଛନ୍ତି । ଭବିଷ୍ୟତ ରେ ସେ ଜଣେ ଆଦର୍ଶ ଶିକ୍ଷୟତ୍ରୀ ହେବା ପାଇଁ ଆଶା ରଖିଛନ୍ତି ।