April 29, 2026

ଗଜପତି ଜିଲ୍ଲାର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ବସନ୍ତ ଦାସଙ୍କ ପରଲୋକ 

IMG-20260121-WA0038
Share

 

 

ପାରଳାଖେମୁଣ୍ଡି—ଗଜପତି ଜିଲ୍ଲାର ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ବିଜେଡ଼ି ସଭାପତି ବସନ୍ତ କୁମାର ଦାସ (୭୪) ଙ୍କର ମଙ୍ଗଳବାର ରାତ୍ରରେ ପରଲୋକ ଘଟିଛି । ସେ ଗତକାଲି ମଙ୍ଗଳବାର ଟ୍ରେନ ଯୋଗେ ଭୁବନେଶ୍ବର ଯାଇଥିଲେ ସେଠାରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ହେଉଥ‌ିବା ବେଳେ ରାତି ପ୍ରାୟ ୮ଟା୩୦ରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପତ୍ନୀ ଜ୍ୟୋତିର୍ମୟୀ ଦାସ , ପୁଅ ଦେବୀ ପ୍ରସାଦ ଓ ସାନ ଭାଇ ବିଜୟ କୁମାର ଦାସ ଉପସ୍ଥିତ ଥିଲେ। ତାଙ୍କ ବିୟୋଗ ଖବର ଗଜପତି ଜିଲ୍ଲାରେ ପହଞ୍ଚିବା ପରେ ଶୋକର ଛାୟା ଛାୟା ଖେଳି ଖେଳିଯାଇଛି । ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ, ମୋହନା ବିଧାୟକ ଦାଶରଥି ଗମାଙ୍ଗ ହାଇଟେକ ମେଡିକାଲ କଲେଜ ପ୍ରତିଷ୍ଠାତା ତିରୁପତି ପାଣିଗ୍ରାହୀ, ବିଜେଡ଼ି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଜିଲ୍ଲାପରିଷଦ ଅଧ୍ଯକ୍ଷ ଜି . ତିରୁପତି, ପୌର ପାରିଷଦ ଅଧ୍ଯକ୍ଷା ନିର୍ମଳା ସେଠୀ, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ, ପୂର୍ବତନ ବିଧାୟକ କେ. ନାରାୟନ ରାଓ, କେ ସୁରିୟା ରାଓ, ପୂର୍ବତନ ପାରଳାଖେମୁଣ୍ଡି ପୌରାଧ୍ୟକ୍ଷ ନରସିଂହ ପଟ୍ଟନାୟକ, ପୂର୍ବତନ ଏସଡିସି ଅଧ୍ଯକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ରାୟଗଡ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଗରୁଡଧ୍ବଜ ଚୌଧୁରୀ, ତାରିଣୀ ପ୍ରସାଦ ପଣ୍ଡା, ଡିଜେନ୍ଦ୍ର ନାଥ ପାଢୀ, ବିଧାନ ଚୌଧୁରୀ, ରଶ୍ମି ରଞ୍ଜନ ମିଶ୍ର, ଗଣେଶ ରାଜୁ ଏବଂ ଗଣେଶ ବିଷୋୟୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆଜି ସ୍ବର୍ଗତ ଦାସଙ୍କ ମର ଶରୀରର ଅନ୍ତିମ ସଂସ୍କାର ପାରଳାଖେମୁଣ୍ଡି ମହେନ୍ଦ୍ରତନୟା ଶଶ୍ମାନ ପୀଠର ସମାପିତ ହୋଇଯାଇଛି। ତାଙ୍କର ବଡ଼ ପୁଅ ସୋମୁ ମୁଖାଗ୍ନି ପ୍ରଦାନ କରିଥିଲେ।