September 8, 2026

ଗଜପତି:- ନେରେଡି ପ୍ରକଳ୍ପକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

IMG-20260908-WA0029
Share

ଓଡ଼ିଶାର ଗଜପତି ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ବଂଶଧାରା ନଦୀରେ ଆନ୍ଧ୍ର ସରକାର ଦୀର୍ଘବର୍ଷ ହେଲାଣି ତାର ମନମାନି ଚଲାଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଚୁକ୍ତିନାମାର ଖିଲାପ କରି ବେଆଇନ ଭାବେ ନେରେଡ଼ି ଠାରେ ବିରାଟ ଜଳଭଣ୍ଡାର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରୀ ରଖିଛି । ଏହାକୁ କେନ୍ଦ୍ର କରି ଓଡ଼ିଶା-ଆନ୍ଧ୍ର ମଧ୍ୟରେ ବିରାଟ ବିବାଦୀୟ ପରିସ୍ଥିତି ଦେଖା ଦେଇଆସୁଛି ।

  ବର୍ତ୍ତମାନ କିଛିମାସ ହେଲାଣି ଆନ୍ଧ୍ର ତାର ପ୍ରକଳ୍ପ କାର୍ଯ୍ୟକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇବା ପାଇଁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଜୋର୍ କରିଥିବା ବେଳେ ବର୍ତ୍ତମାନ କିଛିମାସ ହେଲାଣି ଏହାକୁ ନେଇ ଓଡ଼ିଶାର ଗଜପତି ଜିଲ୍ଲାର ସମଗ୍ର କାଶୀନଗର ବ୍ଲକ୍ ଅଞ୍ଚଳବାସୀଙ୍କ ମଧ୍ୟରେ ନେରେଡି ପ୍ରକଳ୍ପକୁ ନେଇ ଦେଖା ଦେଇଥିବା ବିବାଦୀୟ ପରିସ୍ଥିତି

ନେରେଡି ପ୍ରକଳ୍ପକୁ ନେଇ ଗଜପତି ଜିଲ୍ଲାରେ ଦେଖାଦେଇଥିବା ବିଭିନ୍ନ ସମସ୍ୟା ଓ ଆଗାମୀ ପଦକ୍ଷେପ ସମ୍ପର୍କରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।

  ଅନୁଷ୍ଠିତ ବୈଠକରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ, ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓଙ୍କ ସମେତ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ।

ଆନ୍ଧ୍ର ପକ୍ଷରୁ ନେରେଡି ପ୍ରକଳ୍ପ ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହେଲେ ଗଜପତି ଜିଲ୍ଲାର କେତେକ ଗ୍ରାମ ପ୍ରଭାବିତ ହେବା ସହ ଚାଷଜମି, ଜଳସେଚନ, କୃଷକଙ୍କ ଜୀବିକା ପ୍ରଭୃତି ପ୍ରଭାବିତ ହେବାର ରହିଛି । ସେହି ପ୍ରଭାବିତ ଅଞ୍ଚଳକୁ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି।

 ବୈଠକ ଆଲୋଚନାରେ ବିଶେଷକରି ଗଜପତି ଜିଲ୍ଲାର କାଶୀନଗର ଅଞ୍ଚଳ ସମେତ ବଂଶୀଧାରା ନଦୀ ଅବବାହିକାରେ ପ୍ରକଳ୍ପର ପ୍ରଭାବ ଏବଂ ଲୋକଙ୍କ ସ୍ୱାର୍ଥ ସୁରକ୍ଷା ନେଇ ଗୁରୁତ୍ୱ ଦିଆଯାଇଥିଲା।

ବୈଠକରେ ପ୍ରକଳ୍ପ ସମ୍ପର୍କିତ ତଥ୍ୟ, ପ୍ରଶାସନିକ ପଦକ୍ଷେପ ଏବଂ ଆଗାମୀ ରଣନୀତି ନେଇ ଅଧିକାରୀମାନେ ବିଧାୟକ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାର ଚାଷୀ ଓ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ପ୍ରକଳ୍ପ ସମ୍ପର୍କିତ ସମସ୍ତ ପ୍ରସଙ୍ଗରେ ସତର୍କତାର ସହ ପଦକ୍ଷେପ ନେବା ଉପରେ ମତ ପ୍ରକାଶ ପାଇଥିଲା।

ନେରେଡି ପ୍ରକଳ୍ପକୁ ନେଇ ପୂର୍ବରୁ ମଧ୍ୟ ଗଜପତି ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅସନ୍ତୋଷ ଏବଂ ପ୍ରତିବାଦ ପ୍ରକାଶ ପାଇଆସିଛି। ପ୍ରକଳ୍ପ ଯୋଗୁଁ ଓଡ଼ିଶାର ଜମି ଓ ଚାଷୀଙ୍କ ଉପରେ ନିଶ୍ଚିତ ଭାବେ ପଡୁଥିବା ପ୍ରଭାବ ନେଇ ଲୋକମାନେ ଦୀର୍ଘଦିନ ଧରି ଏହାର ବିରୋଧ କରିଆସିବା ସହ ନିଜ ଦାବି ଉଠାଇଆସୁଛନ୍ତି।

ବୈଠକରେ ସମ୍ପୃକ୍ତ ବିଭାଗର ସମସ୍ତ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ନେରେଡି ପ୍ରକଳ୍ପ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ମତ ବିନିମୟ କରିଥିଲେ।

——————————————

    ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

——————————————

You may have missed