April 29, 2026

ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ଏନ୍‌ଏସ୍ଏସ୍ ୟୁନିଟ୍ ଦ୍ବାରା ‘ନଶା ମୁକ୍ତ’ ଅଭିଯାନ   

IMG-20260121-WA0039
Share

 

 

ପାରଳାଖେମୁଣ୍ଡି:୨୧/୧(ଗରୁଡ଼ ଧ୍ଵଜ ଚୌଧୁରୀ)

ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ଅଫ୍ ଟେକ୍ନୋଲୋଜି ଏବଂ ମ୍ୟାନେଜମେଣ୍ଟର ଜାତୀୟ ସେବା ଯୋଜନା, (ଏନଏସଏସ) ତରଫରୁ ନିଶାମୁକ୍ତ ଅଭିଯାନ ଦ୍ୱାରା ଲୋକଙ୍କୁ ସଚେତନ କରାଯାଇଥିବା ସୂଚନା ମିଳିଛି. ସମୃଦ୍ଧ ସମାଜ ଗଠନ କରିବାକୁ ହେଲେ ସମାଜରେ ସମ୍ପୂର୍ଣ ଭାବେ ନିଶାକୁ ପରିତ୍ୟାଗ କରିବାକୁ ପଡିବ. ତେଣୁ ସମାଜକୁ ସମ୍ପୂର୍ଣ ନିଶାମୁକ୍ତ କରିବା ଉଦ୍ଦେଶ୍ୟରେ ଗୋଷଣୀ ବ୍ଲକର ବାର୍ଲଣ୍ଡା ଗ୍ରାମରେ “ନଶା ମୁକ୍ତ ଅଭିଯାନ” ସହ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥୁଲା ମଦ୍ୟପାନ, ତମାଖୁ, ମାଦକ ଦ୍ରବ୍ୟ ଓ ଇନହେଲାଣ୍ଟୁସ୍ ଭଳି ନଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହିତ ବିଶେଷକରି ଯୁବପିଢ଼ିଙ୍କୁ ଏକ ସ୍ବାସ୍ଥ୍ୟକର ଓ ନିଶାମୁକ୍ତ ଜୀବନଶୈଳୀ ଅନୁସରଣ କରିବା. ଏହି କାର୍ଯ୍ୟକ୍ରମ ସେଞ୍ଚୁରିୟାନ ଏନଏସଏସ ଅଧିକାରୀଣୀ ଡା. ରାଜଶ୍ରୀ ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା. ଗୁରାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଦୀପକ କୁମାର ପ୍ରଧାନ, ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରିଣୀ ମମତା ପାଢ଼ୀ, ଡ୍ରଗ ଇନସେପକ୍ଟର ସୁପ୍ରିୟା ବେହେରା ପ୍ରମୁଖ ଅଂଶ ଗ୍ରହଣ କରି ନିଶାମୁକ୍ତ ସମାଜ ଗଠନ ପାଇଁ ଉପସ୍ଥିତ ଜନ ସାଧାରଣଙ୍କୁ ସଚେତନ କରିଥିଲେ.