April 28, 2026

ରାଜନେତା ରେବତୀ ମୋହନ ନାୟକଙ୍କ ଦ୍ବାଦଶାହରେ ଶୋକସଭା , ସ୍ମୃତିଚାରଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ 

IMG-20260121-WA0045
Share

ବୁଗୁଡା : ତା ୨୧/୦୧/୨୬ : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ତଥା ବୁଗୁଡା ରାଜନୈତିକ ପରିମଣ୍ଡଳରେ ଭୀଷ୍ମ ପିତାମହ ରୂପେ ସୁପରିଚିତ ଦିବଂଗତ ରାଜନେତା ରେବତୀ ମୋହନ ନାୟକଙ୍କ ଦ୍ବାଦଶାହରେ ତାଙ୍କର ପୈତୃକ ଗ୍ରାମ ବି.କରଡ଼ାବାଡ଼ିରେ ବହୁ ବିଶିଷ୍ଟ ବ୍ଯକ୍ତିଙ୍କ ଉପସ୍ଥିତିରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଡାକ୍ତର ଦୟାନିଧି ରାଉତଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ ଶୋକସଭା କାର୍ଯ୍ୟକ୍ରମରେ ପ୍ରାକ୍ତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ଶ୍ରୀକାନ୍ତ ସାହୁ, ପ୍ରାକ୍ତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଓ ଲତିକା ପ୍ରଧାନ, ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ ଓ ଉପାଧ୍ୟକ୍ଷା ରାଜେଶ୍ବରୀ ଦୋରା, ବ୍ରହ୍ମପୁର ନଗର ନିଗମ ମେୟର ସଙ୍ଘମିତ୍ରା ଦଳେଇ, ଗଞ୍ଜାମ ଜିଲ୍ଲା ବିଜେଡି ପ୍ରାକ୍ତନ ସଭାପତି ସୁବାସ ଚନ୍ଦ୍ର ମହାରଣା, ବିଜେଡି ଯୁବ ସଭାପତି ନଚିକେତା ସ୍ବାଇଁ, ହିଞ୍ଜିଳିକାଟୁ ବିଧାୟକ ପ୍ରତିନିଧି ଦେବେନ୍ଦ୍ର ମହାପାତ୍ର, ବୁଗୁଡ଼ା ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷ ରାମନାରାୟଣ ସାହୁ ଓ କିଶୋର ଚନ୍ଦ୍ର ବେହେରା, ବଂଶୀଧର ନାୟକ, ନିରଞ୍ଜନ ପ୍ରଧାନ, ଅକ୍ଷୟ ରାଉତ, ଅନିଲ ସାହୁ ପ୍ରମୁଖ ମଞ୍ଚାସୀନ ରହିଥିଲା ବେଳେ ପୋଲସରା ବିଧାୟକ ପ୍ରତିନିଧି ହରିକୃଷ୍ଣ ସାହୁ, ଜୟନ୍ତୀ ପଢିଆରୀ, ଗଙ୍ଗାଧର ନାୟକ,ହରପ୍ରସାଦ ଦାଶ, ଦେବରାଜ ବେହେରା, ଖଦାଳ ଖଟେଇ, ଗୌରଚରଣ ପ୍ରଧାନ, ସୂର୍ଯ୍ୟ ନାରାୟଣ ମହାନ୍ତି, ମଦନ ଗୋପାଳ ଦୋରାଙ୍କ ସମେତ ବହୁ ରାଜନୈତିକ ବ୍ଯକ୍ତିବିଶେଷ ଏବଂ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ଏ ଅବସରରେ ଦିବଂଗତ ରେବତୀ ମୋହନଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ ଏବଂ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା ସହ ତାଙ୍କର ସ୍ମୃତିଚାରଣ କରାଯାଇଥିଲା। ଦେଶ ସ୍ବାଧୀନତା ପ୍ରାପ୍ତି ପୂର୍ବରୁ ୧୦ ନଭେମ୍ବର ୧୯୩୭ରେ ଜନ୍ମିତ ୮୯ ବର୍ଷୀୟ ରେବତୀ ମୋହନ ସୁଶିକ୍ଷା ଗ୍ରହଣ ସହ ରାଜ୍ୟର ତୁଙ୍ଗ ରାଜନେତାଙ୍କ ସହିତ ସୁସମ୍ପର୍କ ସ୍ଥାପନ କରି ବୁଗୁଡା ବ୍ଲକର ୩ ଥର ଅଧ୍ଯକ୍ଷ, ଗଞ୍ଜାମ ଜିଲ୍ଲା ପରିଷଦର ଅଧ୍ୟକ୍ଷ, ଜିଲ୍ଲା ବିଜେଡି ସଭାପତି, କାର୍ଡ ବ୍ଯାଙ୍କର ରାଜ୍ୟ ସଭାପତି, ଭଞ୍ଜନଗର ଆରସିଏମର ସଭାପତି ପଦମଣ୍ଡନ କରି ଅଞ୍ଚଳର ଗୌରବ ବୃଦ୍ଧି କରିଥିଲେ। ସେ ଜଣେ ମେଳାପୀ, ମିଷ୍ଟଭାଷୀ ଓ ଖୁସି ମିଜାଜର ବ୍ଯକ୍ତି ଥିଲେ। ତାଙ୍କର ଆଦର୍ଶମୟ ଜୀବନ ଦର୍ଶନ ପ୍ରେରଣାଦାୟକ ଥିଲାବେଳେ ସେ ଗତ ୯ ଜାନୁଆରୀ ୨୦୨୬ରେ ଇହଲୀଳା ସମ୍ବରଣ କରି ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିଲେ।