April 27, 2026

କୋରାପୁଟ ଅଞ୍ଚଳରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବୀ କରିଛନ୍ତି କୋଟପାଡ ସରପଞ୍ଚ ସଂଘ …

IMG-20241020-WA0030
Share

 

କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ର ଢ଼ାମଣା ହାଣ୍ଡି ପଞ୍ଚାୟତ ବାଟ କୁହୁଡି ନର୍ସରୀ ଠାରେ କୋଟପାଡ଼ ବ୍ଲକର ସରପଞ୍ଚ ସଂଘର ତ୍ରୈମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ଲକର ଖାଉଟି ମାନେ କିଭଳି ଭାବରେ ଚାଉଳ, କିରୋସିନି, ମାଣ୍ଡିଆ ଓ ଗହମ ସମେତ ସରକାରଙ୍କ ସମସ୍ତ ଯୋଜନାର ଉପକୃତ କିପରି ହେବେ ବୋଲି ଆଲୋଚନା ହୋଇଥିଲା। ବ୍ଲକର ଉନ୍ନତି ମୂଳକ କାର୍ଯ୍ୟ ସମେତ ଜିଲ୍ଲା ଭିତ୍ତିକ ନିଯୁକ୍ତି କୁ ସମର୍ଥନ ଦେବେ ବୋଲି ବୈଠକ ରେ ସର୍ବସମ୍ମତି କ୍ରମେ ନିଷ୍ପତି ହୋଇଥିବା ସଂଘ ପକ୍ଷରୁ ପ୍ରକାଶ କରାଯାଇଥିବା ଜଣାଯାଇଛି I ଏହି ବୈଠକ ରେ ଜିଲ୍ଲା ଭିତ୍ତିକ ନିଯୁକ୍ରି କ୍ରିୟାନୁଷ୍ଠାନ କମିଟି ର ଆବାହକ ଏବଂ କର୍ମକର୍ତ୍ତା ଶ୍ରୀ ଲଛମନ ପୂଜାରୀ,ସଭାପତି ସୁଧୀର ଚନ୍ଦ୍ର ମହାନ୍ତି,ଉପ-ସଭାପତି ପର୍ଶୁରାମ ସମରଥ, ଉପଦେଷ୍ଟା ଶ୍ରୀ ବାପୁନ ତ୍ରିପାଠୀ, ନୀଳକୀଣ୍ଠ ପୂଜାରୀ, ଜିଲ୍ଲା ପରିଷଦ ସଭ୍ୟ ତ୍ରିପତି ଚାଲାଣ, ବାଳକୃଷ୍ଣ ମାଝୀ, ରାମକୃଷ୍ଣ ପୂଜାରୀ ଙ୍କୁ ସରପଞ୍ଚ ସଂଘ ପକ୍ଷରୁ ସ୍ୱାଗତ କରାଯାଇଥିଲା ଏବଂ ସ୍ଥାନୀୟ ଶିକ୍ଷିତ ଯୁବକ ଯୁବତୀ ଙ୍କୁ ନିଯୁକ୍ତି ରେ ପ୍ରାଧାନ୍ୟ ଦିଆଯିବ ବୋଲି ନିଷ୍ପତି ନିଆଯାଇ ଥିବାର

ଜଣାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ଜଗମୋହନ ମାଝୀ, ବନିତା ନାୟକ, କୋମଳା ପୁଜାରୀ, ମନମତି ପୂଜାରୀ ଙ୍କ ସମେତ ସତର ଟି ଗ୍ରାମ ପଞ୍ଚାୟତ ର ସରପଞ୍ଚ ମାନେ ଉପସ୍ଥିତ ରହି ନିଷ୍ପତ୍ତି ଗ୍ରହଣ କରିଥିବା ଜଣାଯାଇଛି।

(କୋରାପୁଟ ରୁ ହରିଶ କୁମାର ପଟ୍ଟନାୟକ)