September 21, 2024

ବୁଗୁଡ଼ା ବସଷ୍ଟାଣ୍ଡଠାରେ ଦୂର୍ଗା ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ 

Share

 

ବୁଗୁଡ଼ା : ତା ୨୦/୦୯/୨୪ : ସ୍ଥାନୀୟ ବସଷ୍ଟାଣ୍ଡ ଦୁର୍ଗାପୂଜା କମିଟି ପକ୍ଷରୁ ଆଗାମୀ ଅକ୍ଟୋବର ୧୦ ତାରିଖ ଦିନ ମା’ ଦୂର୍ଗାଦେବୀଙ୍କ ସପ୍ତମୀ ପୂଜା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ଅବସରରେ ପୂଜା କମିଟିର ସଦସ୍ୟଗଣ ବାଦ୍ଯ ବାଜଣା ସହ ଶୋଭାଯାତ୍ରାରେ ବାହାରି ବଳଦେବ ମନ୍ଦିର ଓ ବିରଞ୍ଚି ନାରାୟଣ ମନ୍ଦିରରେ ପୂଜନ କାର୍ଯ୍ୟ ସହ ନଗର ଭ୍ରମଣ ପୂର୍ବକ ମା’ଙ୍କ ପୂଜା ମଣ୍ଡପସ୍ଥଳରେ ଶୁଭଖୁଣ୍ଟିକୁ ସ୍ଥାପନ କରିଥିଲେ । ଉକ୍ତ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ଯକ୍ରମରେ ପୁରୋହିତ ଭାବେ ମନୋଜ କୁମାର ଦାଶ ଓ ପ୍ରଦୀପ କୁମାର ଦାଶ ଦାଶ ଯୋଗ ଦେଇ ଯଥା ରୀତିନୀତି ପ୍ରକାରେ ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ କର୍ତ୍ତା ଭାବେ ପୂଜା କମିଟି ସମ୍ପାଦକ ସନ୍ତୋଷ କୁମାର ପ୍ରଧାନ ଦାୟିତ୍ବ ନିର୍ବାହ କରିଥିଲେ । ପୂଜା କମିଟି ସଭାପତି ପବିତ୍ର ନାୟକଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ଉପଦେଷ୍ଟା ଅନିଲ ପଟ୍ଟନାୟକ, ଉପସଭାପତି ଅନୋଜ କୁମାର ପଟ୍ଟନାୟକ ଓ କୋଷାଧକ୍ଷ ବିଦ୍ଯାଧର ନାୟକ ପରିଚାଳନା କରିଥିବା ବେଳେ ଏଥିରେ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ , ପ୍ରାକ୍ତନ କାଉନସିଲର ସୂର୍ଯ୍ୟ ନାରାୟଣ ମହାନ୍ତି, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, କାଉନସିଲର ବବ୍ରୁ ପ୍ରଧାନ, ଅମରେନ୍ଦ୍ର ସେନାପତିଙ୍କ ସମେତ ସ୍ଥାନୀୟ ଲୋକେ ଯୋଗ ଦେଇଥିଲେ ।