April 27, 2026

ମାଁ ବ୍ରାହ୍ମଣ ଦେବୀଙ୍କୁ ଦର୍ଶନ କଲେ ବାଚସ୍ପତି ସୁରମା ପାଢ଼ୀ 

IMG-20250518-WA0045
Share

 

ବେଲଗୁଣ୍ଠା -୧୮/୫-ବେଲଗୁଣ୍ଠା ସହରରେ ଚାଲିଥିବା ଦ୍ଵିବାର୍ଷିକ ଯାତ୍ରା ଅବସରରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ମହୋଦୟା ମାଁ ବ୍ରାହ୍ମଣ ଦେବୀଙ୍କ ସିଂହବାହିନୀ ବେଶ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି ।ସେ ଗତ ରାତି ୮ ଟା ବେଲଗୁଣ୍ଠାରେ ପହଞ୍ଚିବା ପରେ ଗୋପିନାଥ ସାହି ବାସିନ୍ଦା ତଥା ନିଜ କାର୍ ଚାଳକ ବସନ୍ତ କୁମାର ସ୍ୱାଇଁଙ୍କ ମାତୃ ବିୟୋଗର ଏକାଦଶାହ ତିଥିରେ ଯୋଗ ଦେଇଥିଲେ ।ପରେ କୋଳି ସାହିରେ ପହଞ୍ଚି ମାଁ ବ୍ରାହ୍ମଣ ଦେବୀ ସାହି ପରିକ୍ରମା କରିବା ସମୟରେ ମାଁ ଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ ।ଏହି ଅବସରରେ ମାନ୍ୟବର ବାଚସ୍ପତିଙ୍କ ସହିତ ବେଲଗୁଣ୍ଠା ସହରର ବିଭିନ୍ନ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।

 

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ