ଆଜିର ଖବର..
*ବୁଧବାର, ୧୬ ସେପ୍ଟେମ୍ବର ୨୦୨୬ର ମୁଖ୍ୟ ସମାଚାର*
*୧. ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ତିହାର୍: ନୂଆ ଅନ୍ନ, ନୂଆ ଆଶାରେ ଝୁମିଲା ପୁରପଲ୍ଲୀ।*
*୨. ପୂଜା ପାଇଁ ନାହିଁ ଆନ୍ତରିକତା: ରିଲ୍ସ ନିଶାରେ ପେଣ୍ଡାଲରେ ଯୁବପିଢ଼ି।*
*୩. ଏମକେସିଜିର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅଗ୍ନିକାଣ୍ଡ, ଅଳ୍ପକେ ଟଳିଗଲା ବଡ଼ ବିପଦ।*
*୪. ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ, ଆୟୋଜିତ ହେବ ‘ଛାତ୍ରୋ କି ଗୁଞ୍ଜ’ କାର୍ଯ୍ୟକ୍ରମ।*
*୫. ଉମରକୋଟ : ଧର୍ମ ପରିବର୍ତ୍ତନ କରିଥିଲେ ବୋଲି ଶବସତ୍କାରକୁ ମିଳିଲାନି ଶ୍ମଶାନ, ଉତ୍ତେଜନା ଓ ପୁଲିସ ମୁତୟନ।*
*୬. ପୂର୍ବତନ ମେୟର ପିଣ୍ଟୁ ଦାଶଙ୍କ ଭାଇ ସହ ଚାରି ଗିରଫ, ଅଣଲାଇସେନ୍ସ ବନ୍ଧୁକ ଓ ନଗଦ ଟଙ୍କା ଜବତ।*
*୭. ନାଇଜରର ପ୍ରଫେସର ହିମାଂଶୁ ଶେଖର ବିଶ୍ୱାଳ ‘ନାସି’ ଫେଲୋ ଭାବେ ନିର୍ବାଚିତ। ହାଇଡ୍ରୋଜେନ୍ ବଣ୍ଡିଂ ଓ ନନ୍-କୋଭାଲେଣ୍ଟ ଇଣ୍ଟରାକ୍ସନ୍ ଉପରେ ଗୁରୁତ୍ୱପୂର୍ଣ୍ଣ ଗବେଷଣା ପାଇଁ ମିଳିଛି ଏହି ସମ୍ମାନ।*
*୮. ରାଷ୍ଟ୍ରପତି ଭବନରେ ଗୁଞ୍ଜରିବ କୋରାପୁଟିଆ ଢେମସାର ତାଳ, ନୂଆଁଖାଇ ଉତ୍ସବରେ କଳା ପ୍ରଦର୍ଶନ କରିବ କୋଟପାଡ଼ କଳା ବିକାଶ କେନ୍ଦ୍ର।*
*୯. ପୂର୍ବ ଶତ୍ରୁତାରୁ ଯାତ୍ରା ରିହରସାଲ ବେଳେ ଖୋଜାପଲ୍ଲୀର ଚିତ୍ରସେନ ଜେନାଙ୍କୁ ଦୁଇ ଯୁବକ ଛୁରାମାଡ଼ କରିଥିବା ଅଭିଯୋଗ। ବ୍ରହ୍ମପୁରରେ ମୃତ୍ୟୁ, ଦୁଇ ଅଭିଯୁକ୍ତ ଫେରାର।*
*୧୦. ରାଜ୍ୟରେ ପ୍ରତିବର୍ଷ ହେଉଥିବା ମୃତ୍ୟୁରୁ ୮୦%ର କାରଣ ଅଜଣା ବା ଅସ୍ପଷ୍ଟ। କେବଳ ୨୦% ମୃତ୍ୟୁର ଡାକ୍ତରୀ ପ୍ରମାଣପତ୍ର (ଏମ୍ସିସିଡି) ହୋଇପାରୁଛି।*
*୧୧. ନିଜ ଲୋକସଭା ମଣ୍ଡଳୀରେ କାମ ଠିକ୍ରେ ହେଉନଥିବା ନେଇ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଓ ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ବଡ଼ ଅଭିଯୋଗ; ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି।*
*୧୨. ବହୁଚର୍ଚ୍ଚିତ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂଙ୍କ ଆଗୁଆ ଜେଲ୍ ମୁକ୍ତି ଆଶା କ୍ଷୀଣ। ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ (SSRB) ମଞ୍ଜୁରୀ ଦେଇନାହିଁ।*
*୧୩. ଓରାଙ୍ଗଉଟାନ ନନ୍ଦନକାନନର ବାସିନ୍ଦା ହୋଇ ରହିପାରିବେ, ଇଣ୍ଡୋନେସିଆକୁ ହସ୍ତାନ୍ତର କରିବାକୁ ପଡ଼ିବ ନାହିଁ: ଶୁଭେନ୍ଦୁ ମଲ୍ଲିକ।*
*୧୪. ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ହେବ କେମିତି? ବଜେଟ୍ ୧୨୨୦ କୋଟି, ଖର୍ଚ୍ଚ ମାତ୍ର ୩୧ କୋଟି।*
*୧୫. ଝରିଗାଁ ଅଞ୍ଚଳରେ ଚାଞ୍ଚଲ୍ୟ, ହୋମ ନିଆଁରେ ଦୃଶ୍ୟମାନ ହେଲେ ବିଘ୍ନ ବିନାଶକ।*
*୧୬. ମୋଦି ଥିଲେ ସବୁ ସମ୍ଭବ… ବିଶ୍ୱରେ ବଢ଼ିଛି କୋରାପୁଟ କଫିର ଚାହିଦା, ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ: ପ୍ରଭାତୀ ପରିଡ଼ା।*
*୧୭. ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ସଜବାଜ: ଅକ୍ଟୋବର ୨ରୁ ନବରଙ୍ଗପୁରରୁ ପଦଯାତ୍ରା; ଓଡ଼ିଶା ଆସିବେ ରାହୁଲ, ପ୍ରିୟଙ୍କା ଓ କର୍ଣ୍ଣାଟକ ସିଏମ୍।*
*୧୮. ଓରାଙ୍ଗଉଟାନ୍ ସ୍ମଗଲିଂର ନୂଆ ଖୁଲାସା, ବାଂଲାଦେଶରୁ ଆସିଥିଲେ ୫ ଶାବକ!*
*୧୯. ଅକ୍ଟୋବର-ଡିସେମ୍ବରରେ ଆସିବ ସବୁଠୁ ବଡ଼ ‘ମହାବାତ୍ୟା’! ଘଣ୍ଟା ପ୍ରତି ୨୨୦ କିମି ବେଗରେ ବହିବ ପବନ।*
*୨୦. ଓଡ଼ିଶାରେ ୮୨୪ ଅସୁରକ୍ଷିତ କୋଠା! ଅଗ୍ନିଶମ ବିଭାଗର ମାରାଥନ୍ ଯାଞ୍ଚ।*
*୨୧. ଆକ୍ସନ ମୋଡ୍ରେ ପୁରୀ ପ୍ରଶାସନ; ବେଆଇନ ନିର୍ମାଣ କରିଥିବା ୩୨ଟି ହୋଟେଲକୁ ନୋଟିସ।*
*୨୨. ଚିନି ଶିଳ୍ପ ପାଇଁ ନୂଆ ନୀତି ଅଡ଼ୁଆ! ଆୟ ଉପରେ ପ୍ରଭାବ ପଡ଼ିବା ଆଶଙ୍କା।*
*୨୩. ୟୁପିଆଇ କାରବାରକୁ ନେଇ ଆସିଲା ବଡ଼ ଖବର, ୨ ହଜାର ଟଙ୍କା ନେଣଦେଣ ଉପରେ ଲାଗିବନି ଶୁଳ୍କ।*
*୨୪. ୬ ଜିଲ୍ଲାରେ ବଢ଼ୁଛି ପିଲାଙ୍କ ଓଜନ; ଖୋର୍ଦ୍ଧାରେ ସର୍ବାଧିକ, ରିପୋର୍ଟରେ ଚିନ୍ତାଜନକ ତଥ୍ୟ।*
*୨୫. ଦେଶର ୫ମ ସବୁଠୁ ମହଙ୍ଗା ରାଜ୍ୟ ଓଡ଼ିଶା: ଅଗଷ୍ଟରେ ୫.୫% ଛୁଇଁଲା ଖୁଚୁରା ମୁଦ୍ରାସ୍ଫୀତି, ଚିନ୍ତାରେ ଗ୍ରାମୀଣ ଖାଉଟି।*
*୨୬. ରାଇଡ୍ ବୁକିଂ ପୂର୍ବରୁ ଅଧିକ ଟଙ୍କା ଦେବାକୁ କହିବା ମହଙ୍ଗା ପଡ଼ିଲା: ରାପିଡୋକୁ ୧୦ ଲକ୍ଷ ଜରିମାନା।*
*୨୭. ମୋଦିଙ୍କ ବ୍ରିକ୍ସ ଡିନରରେ ବିରୋଧୀ ରାଜ୍ୟର ୪ ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ; ରାହୁଲ ଓ ଖଡଗେଙ୍କୁ ନଥିଲା ନିମନ୍ତ୍ରଣ।*
*୨୮. ୨୦୦୦ ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪୦% ଚାର୍ଜ ଲାଗିବ, ଅକ୍ଟୋବର ୧୫ରୁ ଲାଗୁ।*
*୨୯. ଶିଶୁ ସୁରକ୍ଷା ପାଇଁ ଭାରତ ସରକାରଙ୍କ କଡ଼ା ନିୟମ: ଏବେ ସିଧାସଳଖ ସାଇବର କ୍ରାଇମ୍ ପୋର୍ଟାଲକୁ ରିପୋର୍ଟ କରିବ ମେଟା।*
*୩୦. ହସ୍ପିଟାଲ୍ ଯାଉନଥିଲେ, ରେକର୍ଡରେ ଫୁଲ୍ ପ୍ରେଜେଣ୍ଟ! ୭୫ ହଜାର ଦରମା ନେଉଥିଲେ କର୍ଣ୍ଣାଟକ କଂଗ୍ରେସ ବିଧାୟକଙ୍କ ଝିଆରୀ, ଏବେ ଆକ୍ସନ।*
*୩୧. ଜୟପୁର: ପୁଅକୁ ଜିତାଇଲା ମାଆର ଭୋଟ; ମାତ୍ର ଗୋଟିଏ ଭୋଟରେ ଜିତିଲେ ସ୍ୱାଧୀନ ପ୍ରାର୍ଥୀ, ଭୋଟ ଦେବାର ପରଦିନ ମାଆଙ୍କ ପରଲୋକ।*
*୩୨. ଦକ୍ଷିଣ-ପଶ୍ଚିମ ମୌସୁମୀ ସେପ୍ଟେମ୍ବର ୧୯ ବେଳକୁ ପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରୁ ଫେରିବା ଆରମ୍ଭ କରିପାରେ। ଭାରତୀୟ ପାଣିପାଗ ବିଭାଗ ଏହା କହିଛି।*
*୩୩. ଆମେରିକାକୁ ଲାଭ ଦେବାକୁ ପୁଣିଥରେ ବୁଝାମଣା କଲେ କି ମୋଦୀ? କେନ୍ଦ୍ର ସରକାରଙ୍କ UPI ନିଷ୍ପତ୍ତିରେ ରାହୁଲଙ୍କ ପ୍ରଶ୍ନ।*
*୩୪. ଦିଶା ସାଲିଆନ୍ କେସ୍: ଉଦ୍ଧବ ଗୋଷ୍ଠୀର କଡ଼ା ପ୍ରତିକ୍ରିୟା; ‘ମହାରାଷ୍ଟ୍ରର ସବୁଠୁ ଲୋକପ୍ରିୟ ପରିବାରକୁ ବଦନାମ କରିବାର ଷଡ଼ଯନ୍ତ୍ର’ ବୋଲି ଅଭିଯୋଗ।*
*୩୫. ଉତ୍ତର ପ୍ରଦେଶ କ୍ୟାଡରର ୨୦୧୩ ବ୍ୟାଚର ଆଇଏଏସ୍ ଅଧିକାରୀ ଦିବ୍ୟା ମିତ୍ତଲଙ୍କ ଇସ୍ତଫାପତ୍ର କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। DoPT ପକ୍ଷରୁ ଏ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଛି।*
*୩୬. ୟୁପିରେ ଘର-ଦୋକାନ ଭଡ଼ା ହେଲା ଶସ୍ତା; ଷ୍ଟାମ୍ପ୍ ଓ ପଞ୍ଜୀକରଣ ଶୁଳ୍କରେ ବଡ଼ ରିହାତି ଘୋଷଣା କଲେ ଯୋଗୀ ସରକାର।*
*୩୭. ମଣିପୁରରେ ପୁଣି ହିଂସା; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା ସହ ଜାଳିଦେଲେ ଫାର୍ମହାଉସ୍।*
*୩୮. ଭାରତୀୟ କ୍ରିକେଟର ରିଙ୍କୁ ସିଂହ ଏବଂ ଉତ୍ତରପ୍ରଦେଶର ମଛଲିଶହର ଲୋକସଭା ଆସନର ସମାଜବାଦୀ ପାର୍ଟି ସାଂସଦ ପ୍ରିୟା ସରୋଜଙ୍କ ବିବାହକୁ ନେଇ ବଡ଼ ଖବର; ଡିସେମ୍ବର ୪ରେ ବିବାହ ବନ୍ଧନରେ ବାନ୍ଧି ହେବେ।*
*୩୯. ବଢ଼ୁଛି ମୁଦ୍ରାସ୍ଫୀତି, ବାଧୁଛି ମହଙ୍ଗା ମାଡ଼; ବଢ଼ିପାରେ ଘର-ଗାଡ଼ି ଋଣ EMI।*
*୪୦. ଟ୍ରମ୍ପଙ୍କ ଆଲୋଚନା ପ୍ରସ୍ତାବକୁ ଇରାନର ଝଟକା; ସର୍ତ୍ତ ପୂରଣ ନହେଲେ କଥାବାର୍ତ୍ତା ନାହିଁ ବୋଲି କହିଲା।*
*୪୧. ମସୁଦ ଆଝାର ଉପରେ ୭୦ ଲକ୍ଷ ପୁରସ୍କାର ଘୋଷଣା କଲା ପାକିସ୍ତାନ; ଭାରତର ପ୍ରତିକ୍ରିୟା—ଏହା ଫମ୍ପା ଘୋଷଣା।*
*୪୨. ବିହାରରେ ବନ୍ୟା ସ୍ଥିତି ଗମ୍ଭୀର; ରାଜ୍ୟର ୧୫ ଜିଲ୍ଲାରେ ପ୍ରାୟ ୪୯.୭୨ ଲକ୍ଷ ଲୋକ ବନ୍ୟା ପ୍ରଭାବିତ।*
*୪୩. ଓମାନ ଉପକୂଳରେ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ ଘଟଣା; ୧୩ ଭାରତୀୟ ନାବିକ ଉଦ୍ଧାର, ଜଣେ ନିଖୋଜ।*
*୪୪. ନକଲି କ୍ୟାନ୍ସର ଔଷଧର ବଡ଼ ସିଣ୍ଡିକେଟ୍; ୯୦ରୁ ଅଧିକ ହସ୍ପିଟାଲ୍ ସନ୍ଦେହ ଘେରରେ।*
*୪୫. ଭାରତରେ ବିକ୍ରି ହେଉଛି ପାକିସ୍ତାନୀ ଫେୟାରନେସ୍ କ୍ରିମ୍; କିଡନି ପାଇଁ ବଡ଼ ବିପଦ ବୋଲି ସତର୍କ କଲେ କେନ୍ଦ୍ର ସରକାର।*
*୪୬. ରାଜପାଳ ଯାଦବଙ୍କୁ ସୁପ୍ରିମ୍କୋର୍ଟଙ୍କ କଡ଼ା ତାଗିଦ୍! ‘ଡ୍ରାମା କରିବାରେ ମାହିର’ ବୋଲି ଟିପ୍ପଣୀ; ତୁରନ୍ତ ୨ କୋଟି ଜମା କରିବାକୁ ନିର୍ଦ୍ଦେଶ।*
*୪୭. ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତିକୁ ନେଇ ଶାସକ ମେଣ୍ଟ ଦୁଇଫାଳ; ନୀତିଶଙ୍କ ଦଳ କହିଲା, ବିହାରରେ ଏସବୁ ଚଳିବ ନାହିଁ।*
*୪୮. ସାବଧାନ! ଏଲପିଜି ଇ-କେୱାଇସି ନାଁରେ ବଢ଼ୁଛି ସାଇବର ଠକେଇ। ଓଟିପି କାହାକୁ ଦିଅନ୍ତୁ ନାହିଁ। ଗ୍ୟାସ ଏଜେନ୍ସି ଫୋନ୍ କଲ୍ ମାଧ୍ୟମରେ ଇ-କେୱାଇସି କରେ ନାହିଁ।*
*୪୯. ରୁଷ ସହ ବନ୍ଧୁତାର ମୂଲ୍ୟ ଦେବ କି ଭାରତ? ୧୦ ଦେଶ ଉପରେ ୧୦୦% ଶୁଳ୍କ ଲଗାଇବାକୁ ଯୋଜନା।*
*୫୦. ରୁଷରେ ଉତ୍ତର ପ୍ରଦେଶର ୩ ଯୁବକ ନିଖୋଜ; ସେନାରେ ବାଧ୍ୟତାମୂଳକ ଭର୍ତ୍ତି ଅଭିଯୋଗ।*
*୫୧. ନନ୍ଦିଗ୍ରାମ ଆସନ ପାଇଁ ଶୁଭେନ୍ଦୁଙ୍କ ମାଷ୍ଟର ଷ୍ଟ୍ରୋକ୍; ହତ୍ୟାର ଶିକାର ପିଏ ଚନ୍ଦ୍ରନାଥଙ୍କ ମାଆଙ୍କୁ ପ୍ରାର୍ଥୀ କଲା ବିଜେପି।*
*୫୨. ଟ୍ରମ୍ପଙ୍କ ପୁଅର ବିବାହ ପାଇଁ ପାଣ୍ଠି ଯୋଗାଇଥିଲେ ପୁଟିନଙ୍କ ନିକଟତର ସହଯୋଗୀ ବ୍ୟବସାୟୀ।*
*୫୩. ମାନବଜାତି ପାଇଁ ବିପଦ ସାଜିପାରେ ଏଆଇ; ଗୁଗଲ୍ ଡିପ୍-ମାଇଣ୍ଡରୁ ଇସ୍ତଫା ଦେଲେ ଦୁଇ ଗବେଷକ। ସେମାନେ ଏଆଇର ଭବିଷ୍ୟତ ବିପଦ ନେଇ ଚିନ୍ତା ପ୍ରକାଶ କରିଛନ୍ତି।*
*୫୪. ନେପାଳକୁ ଭାରତର ବଡ଼ ସହାୟତା: ୬୫୪ ମେଗାୱାଟ୍ ବିଜୁଳି ଯୋଗାଣ ପାଇଁ ମିଳିଲା ମଞ୍ଜୁରୀ।*
*୫୫. ଆଫଗାନିସ୍ତାନରେ ଭାରତୀୟ ମହିଳା ବ୍ଲଗରଙ୍କୁ ଅଟକ ରଖିଲେ ତାଲିବାନ; ଜରିମାନା ଦେବା ପରେ ହେଲେ ମୁକ୍ତ।*
*୫୬. ମହାକାଶରେ ଆମେରିକାର ଯୁଦ୍ଧାସ୍ତ୍ର ମୁତୟନକୁ ନେଇ ଚୀନ୍ ଖପ୍ପା; ଚେତାବନୀ ଦେଲା ଡ୍ରାଗନ୍।*
*୫୭. ମକ୍କାରେ ପ୍ରଥମଥର ପାଇଁ ଏମର୍ଜେନ୍ସି ଆଲର୍ଟ; ହୁତି ମିସାଇଲ୍ ଆକ୍ରମଣ ଭୟରେ ସାଉଦିରେ ହାଇ ଆଲର୍ଟ।*
*୫୮. ସାମସନ ଓ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ; ଆଫଗାନିସ୍ତାନକୁ ୭ ୱିକେଟ୍ରେ ହରାଇ ସିରିଜ କବ୍ଜା କଲା ଇଣ୍ଡିଆ।*
*୫୯. ଦିନିକିଆ କ୍ରିକେଟରେ ସବୁଠାରୁ ଲମ୍ବା କ୍ୟାରିୟର; ସଚିନଙ୍କ ରେକର୍ଡ ଭାଙ୍ଗିଲେ ବ୍ରେଣ୍ଡନ୍ ଟେଲର।*
*୬୦. ପାକିସ୍ତାନ କ୍ରିକେଟର ସବୁଠୁ ଖରାପ ସମୟ; ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଜିମ୍ବାୱେର ନିକଟତର।*
