September 16, 2026

ଚିତ୍ରୋତ୍ପଳା ଯୁବକ ସଂଘ ଓ ପଣ୍ଡିତ ଲକ୍ଷ୍ମୀ ନାରାୟଣ ସାଂସ୍କୃତିକ ସଂସଦ ତରଫରୁ ନୂଆଁଖାଇ ଭେଟଘାଟ 

IMG-20260916-WA0000
Share

 

ସମ୍ବଲପୁର, ୧୬. ୦୯:ପଶ୍ଚିମ ଓଡିଶାର ଗଣପର୍ବ ଉପଲକ୍ଷେ ସର୍ବ ପୁରାତନ ନୁଆଁଖାଇ ଭେଟଘାଟ କାର୍ୟ୍ୟକ୍ରମ ଆୟୋଜିତ କରୁଥିବା ନନ୍ଦପଡା ସମ୍ବଲପୁରର ଚିତ୍ରୋତ୍ପଳା ଯୁବକ ସଂଘ ଓ ପଣ୍ଡିତ ଲକ୍ଷ୍ମୀ ନାରାୟଣ ସାଂସ୍କୃତିକ ସଂସଦ ତରଫରୁ ନୂଆଁଖାଇ ଭେଟଘାଟ କାର୍ୟ୍ୟକ୍ରମ ମଙ୍ଗଳବାର ରାତ୍ରିରେ ସମ୍ପନ୍ନ ହୋଇଯାଇଛି । ଏହି ଉତ୍ସବରେ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ମୁଖ୍ୟ ଅତିଥି, ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓ ବିଧାୟକ ଜୟନାରାୟଣ ମିଶ୍ର ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ । ଅତିଥି ମାନଙ୍କ ବାଲୁଙ୍କେଶ୍ୱର ମନ୍ଦିର ଟ୍ରଷ୍ଟର ସଭାପତି ସୁରେଶ୍ୱର ମିଶ୍ର, ସମୀର ରଞ୍ଜନ ବାବୁ, ଫଣିଭୂଷଣ ମିଶ୍ର ଓ ଇଂ ପ୍ରଭୂଦତ୍ତ ପଣ୍ଡା ପ୍ରମୁଖ ମଞ୍ଚାସୀନ ରହିଥିଲେ । ଶ୍ୱେତାଂଶୁ ଶେଖର ବରାଇ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶେଷରେ ବାଲଗୋପାଳ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ନୁଆଁଖାଇ ଉପଲକ୍ଷେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରିଥିଲେ । ସେହିଭଳି ଆଜି ସମ୍ପନ୍ନ ହୋଇଥିବା ପଶ୍ଚିମ ଓଡିଶାସ୍ତରୀୟ ଚେସ ପ୍ରତିଯୋଗିତାରେ ୧୭୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । କ୍ୟାରେମର ସିଙ୍ଗଲ ବର୍ଗରେ ସମ୍ବଲପୁରର ବିଜୟ ସାହା (ରିଙ୍କୁ) ଚାମ୍ପିୟନ ହୋଇଥିବା ବେଳେ ଝାରସୁଗୁଡାର ଚନ୍ଦନ କୁମାର ପ୍ରଧାନ ଉପ ଚାମ୍ପିୟନ ହୋଇଛନ୍ତି । ଡବଲ ବର୍ଗରେ ସମ୍ବଲପୁରର ବିଜୟ ସାହା (ରିଙ୍କୁ) ଓ ରାହୁଲୁ ଠାକୁର (ବିକି) ଚାମ୍ପିୟନ ହୋଇଥିବା ବେଳେ ଏମଡି ଇସାକ ଓ ନିଜାମ ଖାନ ଉପ ଚାମ୍ପିୟନ ହୋଇଛନ୍ତି । ମୁଖ୍ୟ ରେଫରୀର ଦାୟିତ୍ୱ ଅନୀଲ କୁମାର ମିଶ୍ର ତୁଲାଇଥିବା ବେଳେ ସୋମନାଥ ଘୋଷ ଓ ଇନ୍ଦ୍ରଜିତ ରାୟ ସହଯୋଗ କରିଥିଲେ । ଏହି ଅବସରରେ ସନ୍ଧ୍ୟା ସମୟରୁ ଆରମ୍ଭ ହୋଇଥିବା ସାଂସ୍କୃତିକ କାର୍ୟ୍ୟକ୍ରମରେ ରାଜ କୁମାର ଜାଲ, କାବ୍ୟା ମିଶ୍ର, ସୁଧାକାଶା ପାଣି, ଆଦ୍ୱିକ ସ୍କୁଲ, ଆଲୋକ ପଣ୍ଡା, ହାଉସିଂ ବୋର୍ଡ ଡାନ୍ସ ଗ୍ରୁପ, କରାଲି ଡାନ୍ସ ଗ୍ରୁପ, ଶତ୍ରୁଘ୍ନ ଲୁହା ସମେତ ଅନେକ ସାଂସ୍କୃତିକ ଦଳ ଓ କଳାକାର ମାନେ ଭବ୍ୟ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ । ଏହି ଭେଟଘାଟ କାର୍ୟ୍ୟକ୍ରମକୁ ଶିବ ମିଶ୍ର, ରଞ୍ଜିତ ମିଶ୍ର, ଅଂଶୁମାନ ମିଶ୍ର, କେଶବ ମିଶ୍ର, ଜିତେନ୍ଦ୍ର ନନ୍ଦ, ସଂକଳ୍ପ ମହାପାତ୍, ମନୋଜ ମହାପାତ୍ର, ବିଚିତ୍ରାନନ୍ଦ ମିଶ୍ର, ଅବିନାଶ ମିଶ୍ର, ଆଭାଶିଷ ମିଶ୍ର, ସୁଶ୍ରିତ ମିଶ୍ର, ଅନୀଲ ପଣ୍ଡା, ଚିତ୍ରୋତ୍ପଳା ଯୁବକ ସଂଘ ଓ ପଣ୍ଡିତ ଲକ୍ଷ୍ମୀ ନାରାୟଣ ସାଂସ୍କୃତିକ ସଂସଦ ସଦସ୍ୟ ମାନେ ପରିଚାଳନା କରିଥିଲେ ବୋଲି ଗଣମାଧ୍ୟମ ସଂଯୋଜକ ବିରାଜ ମିଶ୍ର ସୁଚନା ଦେଇଛନ୍ତି ।