April 27, 2026

ସାଂସଦ ଓ ବିଧାୟକଙ୍କ ଦ୍ୱାରା ନୂତନ ରାସ୍ତାର ଶିଳାନ୍ୟାସ କରାଯାଇଛି

IMG-20250518-WA0033
Share

ପୁରୀଜିଲ୍ଲା ପୁରୀସଦର ବାଲିଘାଇ ଛଇତନା ଆରଡ଼ି ରାସ୍ତା ନିକଟରୁ ଗଈଣ୍ଡଳ ପର୍ଯ୍ୟନ୍ତ ନୂତନ ରାସ୍ତାର ଶିଳାନ୍ୟାସ କରାଯାଇଛି l ଏହି କାର୍ଯ୍ୟକ୍ରମ କୁ ଛଇତନା ସରପଞ୍ଚ ରୀନା ପ୍ରଧାନଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥିଭାବେ ସାଂସଦ ସମ୍ବିତ ପାତ୍ର, ସମ୍ମାନିତ ଅତିଥିଭାବେ ପୁରୀସଦର ବିଧାୟକ ସୁନୀଲ ମହାନ୍ତିଙ୍କ ସହିତ ଜିଲ୍ଲା ପରିଷଦ ସଦସ୍ୟ ପ୍ରମୋଦ କୁମାର ରାୟ, ସରକାରୀ ଅଧିକାରୀ, ସ୍ଥାନୀୟ ବିଭିନ୍ନ ଗ୍ରାମପଞ୍ଚାୟତ ର ସରପଞ୍ଚ, ସମିତିସଭ୍ୟ ଏବଂ ଉଭୟ ଦଳର ଦଳୀୟକର୍ମୀ ମାନଙ୍କ ଉପସ୍ଥିତି ରେ ଫିତାକାଟୀ ନଡ଼ିଆବାଡେଇ ଫଳକ ଉନ୍ମୋଚନ କରିବା ସହିତ ନୂତନ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ l ଏହି ରାସ୍ତା କାମ ତିନିମାସ ଭିତରେ ସମ୍ପୂର୍ଣ୍ଣ କରାଯିବ ବୋଲି ବିଧାୟକ ସୁନୀଲ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ