April 28, 2026

ନବରଙ୍ଗପୁର ଜିଲ୍ଲା ରାଇଘର ଠାରେ ସୁଭଦ୍ରା ଯୋଜନା ପାଇଁ ଯାଇ ମହିଳା ଙ୍କ ମୃତ୍ୟୁ ଥାନା ରେ ଅଭିଯୋଗ ଦେଲେ ସ୍ୱାମୀ*

IMG-20240920-WA0005
Share

 

 

ରାଇଘର (ଏମ୍.ଦିନା°ଶୁ ଆଚାରୀ) ସୁଭଦ୍ରା ଯୋଜନା ପାଇଁ ଯାଇ ଘରକୁ ଆସି ଅସୁସ୍ଥ ହୋଇ ଜଣେ ମହିଳା ପ୍ରାଣ ହରାଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନାରେ। ମୃତ ମହିଳା ଜଣକ ହେଲେ ରାଇଘର ବ୍ଲକ ଟିମନ ପୁର ପଞ୍ଚାୟତ ଶୋଭାପାରା ଗ୍ରାମର ପଦବାଇ ମାଝୀ (୩୦)। ଏନେଇ ପରିବାର ଲୋକଙ୍କ ପକ୍ଷରୁ ରାଇଘର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମିଳିଥିବା ସୂଚନା ଅନୁସାରେ ଗତକାଲି ୧୮ ତାରିଖ ରେ ପଦବାଇ ସ୍ବାମୀ ଅମର ସିଂ ସହ ରାଇଘର ବ୍ଲକ ସଦର ମହକୁମା ସ୍ଥିତ କାର୍ଯ୍ୟାଳୟ କୁ ସୁଭଦ୍ରା ଯୋଜନାର କାଗଜପତ୍ର ଠିକ କରିବାକୁ ସକାଳ ୧୦ ଘଣ୍ଟା ସମୟରେ ଆସିଥିଲେ। କାଗଜ ପତ୍ର ଗୁଡ଼ିକ ଠିକ୍ ଠାକ୍ ହେବାପରେ ସଂଧ୍ୟା ୫ ଘଣ୍ଟା ସମୟରେ ଘରକୁ ଫେରୁଥିଲେ। ଘରେ ପହଞ୍ଚିବା ପରେ ପଦବାଇ ଦେହ ଅସୁସ୍ଥ ଲାଗିବା ଓ ମୁଣ୍ଡ ବୁଲାଉଥିବା ସ୍ବାମୀ ଅମର ସିଂ କହିବା ସହ ଖାଇସାରି ଶୋଇ ପଡିଥଲେ।ସକାଳୁ ପଦବାଇ ଉଠି ନିଜର ନିତ୍ୟକର୍ମ ସାରି ଭଲ ଲାଗୁନାହିଁ କହି ପୁଣି ଶୋଇ ପଡିଥଲେ। ଆଜି ଦିନ ୧୦ ଘଣ୍ଟା ସମୟରେ ପଦବାଇ ବାନ୍ତି କରିବା ସହ ଠିକରେ କଥାବାର୍ତ୍ତା କଲେନାହିଁ। ଏହା ଦେଖି ପରିବାର ଲୋକେ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ପଦବାଇ ଙ୍କୁ ରାଇଘର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ନ ୩.୪୦ ମିନିଟ ସମୟରେ ଡାକ୍ତର ପଦବାଇ କୁ ମୃତ ଘୋଷଣା କରିଥିଲେ। ଏନେଇ ଅମର ସିଂ ସୁଭଦ୍ରା ଯୋଜନା ଲାଗି ମୋ ସ୍ତ୍ରୀ ନଖାଇ ନପିଇ ଦିନ ସାରା ଭୋକରେ ରହିବାରୁ ଦେହ ଖରାପ ହେଲା ଓ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହେଲା ବୋଲି ରାଇଘର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଅମର ସିଂ ଜିଲ୍ଲା ପ୍ରଶାସନ କୁ ନ୍ୟାୟ ପାଇଁଁ ଗୁହାରୀ କରିଛନ୍ତି।