ଓଡିଶା ଅବସରପ୍ରାପ୍ତ ଡିପ୍ଲୋମା ଇଞ୍ଜିନିୟର ସଂଘର ରଜତଜୟନ୍ତୀ ପାଳନ   

IMG-20250820-WA0065
Share

     ଭୁବନେଶ୍ୱର/ କଟକ ::-ତା ୧୭/୮/୨୦୨୫, ଓଡିଶା ଅବସରପ୍ରାପ୍ତ ଡିପ୍ଲୋମା ଇଞ୍ଜିନିୟର ସଂଘର ରଜତଜୟନ୍ତୀ ଉତ୍ସବ,ଗତ ୧୭/୮/୨୦୨୫ ତାରିଖ ରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଇଂ ହିମାଂଶୁ ଶେଖର ଲେଙ୍କା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଆଇନି ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟଅତିଥି ଭାବେ ଯୋଗଦେଇ, ଓଡିଶା ର ଉନ୍ନତି ପାଇଁ ଇଞ୍ଜିନିୟର ମାନଙ୍କ ଅବଦାନ ବିସୟରେ ଆଲୋଚନା କରିଥିଲେ। ନିର୍ମାଣ କ୍ଷେତ୍ରରେ ଓଡିଶା କୁ କେମିତି ଅନ୍ୟ ରାଜ୍ୟ ତୁଳନାରେ ଆଗକୁ ନେବାକୁ ହେବ, ସେଥିପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।ଅଭିଜ୍ଞତା ସମ୍ପନ୍ନ ସେବା ନିବୃତ ଡିପ୍ଲୋମା ଇଞ୍ଜିନିୟର ମାନଙ୍କୁ ଦୀର୍ଘମିଆଦି ବଡ ବଡ ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ କରିବା, ଆୟୁଷ୍ମାନ କାର୍ଡ ବ୍ୟବସ୍ଥା ର ସରଳୀକରଣ , ଅବସର ଗ୍ରହଣ କରିବା ପରେ ବିଭିନ୍ନ ପ୍ରାପ୍ୟ ପାଇବାର ସୁବ୍ୟବସ୍ଥା କରିବା ଆଦି ସମୁହ ଦାବୀ ପ୍ରତି ସମବେଦନଶିଳ ହୋଇ, ମାନ୍ୟବର ମନ୍ତ୍ରୀ ଏସବୁ କୁ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରି , ଆଶୁ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ସାମ୍ୱାଦିକ ତଥା ସମାଲୋଚକ ଡଃ ରାଜାରାମ ଶତପଥୀ, ଓଡିଶା ର ନବନିର୍ମାଣ କ୍ଷେତ୍ରରେ ଡିପ୍ଲୋମା ଇଞ୍ଜିନିୟର ମାନଙ୍କ ଭୂମିକା ବାସ୍ତବିକ ପ୍ରଶଂସନୀୟ ଓ ଅଭିନନ୍ଦନୀୟ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ତ୍ତ ବିଭାଗର ପ୍ରାକ୍ତନ ସର୍ବୋଚ୍ଚ ଯନ୍ତ୍ରୀ ଓ ଶାସନ ସଚିବ ଇଂ ଡଃ ନନ୍ଦନନ୍ଦନ ଦାସ , ଏହି ବିଭାଗକୁ ଗୋଟିଏ ମନ୍ତ୍ରଣାଳୟ ଓ ଶାସନ ବ୍ୟବସ୍ଥା ଭିତରେ ରଖିବା ଅତ୍ୟନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଥିବା ବେଳେ, ତାଙ୍କରି ଲିଖିତ ପୁସ୍ତକ ପ୍ରଧାନମନ୍ତ୍ରୀ ଙ୍କୁ ଚିଠିର ୭ ମ ଖଣ୍ଡ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ରାଜ୍ୟ ମାନବାଧିକାର କମିଶନର ସଦସ୍ୟ ଚିତ୍ତରଞ୍ଜନ ମହାପାତ୍ର, ଡି ଏ ଭି ଆଞ୍ଚଳିକ ନିର୍ଦ୍ଦେଶକ ତଥା ଶିକ୍ଷାବିତ୍ ଡଃ କେଶବ ଚନ୍ଦ୍ର ଶତପଥୀ, ନିଜ ନିଜର ବକ୍ତବ୍ୟ ରେ ସଂଘୀୟ ବ୍ୟବସ୍ଥା କୁ ସୁଦୃଢ଼ କରିବା ପାଇଁ ମାର୍ଗ ଦର୍ଶନ କରିଥିଲେ।ପ୍ରାରମ୍ଭରେ ସଙ୍ଘର ସାଧାରଣ ସମ୍ପାଦକ ବିବରଣୀ ପାଠ କରିଥିବା ବେଳେ ବରିଷ୍ଠ ଉପସଭାପତି ଇଂ ଶିବ ପ୍ରସାଦ ମିଶ୍ର ବାର୍ତ୍ତା ପଠନ କରିଥିଲେ। ଆଜି ଅବସରରେ ଅନୁଷ୍ଠାନର ସ୍ମରଣିକା କୁ ମଞ୍ଚାସିନ ଅତିଥି ମାନେ ଉନ୍ମୋଚନ କରିଥିଲେ। ବିଭିନ୍ନକ୍ଷେତ୍ରରେ ଦକ୍ଷତା ଓ ପାରଦର୍ଶିତା ଅର୍ଜନ କରିଥିବା ବରିଷ୍ଠ ସଦସ୍ୟ ଓ ବାଲେଶ୍ଵର , ଗଞ୍ଜାମ, ରାଉରକେଲା କମିଟି ଓ ବ୍ୟକ୍ତି ବିଶେଷ ଙ୍କୁ ମଧ୍ୟ ସମ୍ମାନିତ ସମ୍ବର୍ଦ୍ଧିତ କରା ଯାଇଥିଲା। ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ଇଂ ବାବାଜୀ ଚରଣ ବେହେରା , ଇଂବିଘ୍ନରାଜ ଜେନା , ଇଂ ଶ୍ରୀକାନ୍ତ ମହାନ୍ତି, ଇଂ ଅଶୋକ କୁମାର ପଣ୍ଡା, ଇ ନିରୋଦ କୁମାର ଦଳବେହେରା , ଇଁ ବନବିହାରୀ ପଣ୍ଡା , ଇ ଅମ୍ବିକା ବଲ୍ଲଭ ସ୍ଵାଇଁ , ଇଂ ପ୍ରଭାତ କୁମାର ମହାପାତ୍ର , ଇଂ ବାମଦେବ ତ୍ରୀପାଠୀ, ଇଂ କିଶୋର ଚନ୍ଦ୍ର ମହନ୍ତ , ଇଂ ଅଲେଖ ଚନ୍ଦ୍ର ସାହୁ ଓ ଇଂ ସୁକାନ୍ତ ଚନ୍ଦ୍ର ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ !ପରିଶେଷରେ ଅନ୍ୟତମ ଉପସଭାପତି ଇଂ ଅଜିତ୍ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।