ଜାତୀୟ ସ୍ତରର ପଲ୍ଲିଶ୍ରୀ ମେଳା ୨୦୨୫ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

IMG-20250820-WA0068
Share

 

 

ଅନୁଗୋଳ, ତା. ୨୦.୮: ଜାତୀୟ ସ୍ତରର ପଲ୍ଲିଶ୍ରୀ ମେଳା ୨୦୨୫ ନିମନ୍ତେ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଓ ଓରମାସ୍‌ର ମିଳିତ ସହ‌ଯୋଗରେ ଆସନ୍ତା ସେପ୍ଟେମ୍ବର ମାସ ୧୬ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ନାଲକୋନଗର ଠାରେ ଅନୁଷ୍ଠିତ ହେବାକୁ ଥିବା ପଲ୍ଲିଶ୍ରୀ ମେଳାର ପୂର୍ବ ବର୍ଷର ବିବରଣୀ ଏବଂ ଏ ବର୍ଷ କାର୍ଯ୍ୟସୂଚୀ ସମ୍ପର୍କରେ ଓରମାସର ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିମନ ମଲ ସୂଚନା ପ୍ରଦାନ କରିଥିଲେ । ଉକ୍ତ ମେଳାରେ ଜିଲ୍ଲା ଓ ରାଜ୍ୟ ସ୍ତରର ମୋଟ ୨୨୦ ଗୋଟି ଷ୍ଟଲ ବିଭିନ୍ନ ଅନୁଷ୍ଠାନକୁ ପ୍ରଦାନ କରାଯିବା ପାଇଁ ସ୍ଥିରିକୃତ ହୋଇଛି । ଏହି ମେଳାର ସମସ୍ତ ଆନୁସଂଗୀକ ବ୍ୟବସ୍ଥା ନିମନ୍ତେ ନାଲକୋ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି । ଏହି ମେଳାରେ ୮ ଦିନ ବ୍ୟାପି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ସଫାସୁତରା, ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟର ବ୍ୟବସ୍ଥା, ବିଦ୍ୟୁତ୍, ପାନୀୟ ଜଳ, ଟ୍ରାଫିକ୍ କଣ୍ଟ୍ରୋଲ, ଶାନ୍ତି ଶୃଖଳା ରକ୍ଷା ଏବଂ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ମାନଂକ ନିମନ୍ତେ ରହଣି ବ୍ୟବସ୍ଥା ଇତ୍ୟାଦି ଊପରେ ଗୁରୁତ୍ୱାରୋପ କରାଯାଇଛି । ପଲ୍ଲିଶ୍ରୀ ମେଳାକୁ ସଫଳ ରୁପାୟନ ନିମନ୍ତେ ଉପସ୍ଥିତ ସମସ୍ତ ବିଭାଗିୟ ଅଧିକାରୀମାନେ ନିଜ ନିଜର ଦାୟିତ୍ବ ସୂଚାରୁରୂପେ ସମ୍ପନ୍ନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତ, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଗୌରବମୟ ପ୍ରଧାନ, ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ନାରାୟଣ ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ, ବ୍ୟାଙ୍କ ଅଧିକାରୀ, ଅଗ୍ନିଶମ ବିଭାଗ, ପୋଲିସ ଅଧିକାରୀ ଓ ନାଲ୍‌କୋ ଅଧିକାରୀମାନେ ଯୋଗ ଦେଇଥିଲେ ।

 

ଅନୁଗୋଳ ରୁ ଅଜିତ୍ କୁମାର ଭୋଇ

You may have missed