ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ଅନୁଗୋଳ ଜିଲ୍ଲା ଗସ୍ତ

IMG-20250820-WA0070
Share

 

ଅନୁଗୋଳ,ତା.୨୦.୦୮:- ଆଜି ପୂର୍ବାହ୍ନରେ ରାଜ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ମଧୁସୁଦନ ପାଢୀ ଅନୁଗୋଳ ଜିଲ୍ଲା ଗସ୍ତରେ ଆସି ଆସନ୍ତା ତ୍ରି-ସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ସମ୍ପର୍କରେ ସର୍କିଟ ହାଉସ୍ ସମ୍ମିଳନୀ କକ୍ଷଠାରେ ସମୀକ୍ଷା କରିଥିଲେ । ଏହି ସମୟରେ ଅନୁଗୋଳର ବିଭିନ୍ନ ବ୍ଳକରେ ଭୋଟର ସଂଖ୍ୟା, ପୋଲିଂ ବୁଥ୍, ବାଲାଟ ବକ୍ସ, ନିର୍ବାଚନ ସମୟରେ ବ୍ୟବହୃତ ହେଉଥିବା ଯାନ ଏବଂ ନିର୍ବାଚନ ସମ୍ବନ୍ଧିତ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା ।

ଜିଲ୍ଲାରେ ମତଦାନକୁ ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ପରିବେଶର ପରିଚାଳନା କରିବାକୁ ବର୍ତ୍ତମାନ ଠାରୁ ଆବଶ୍ୟକ ପ୍ରସ୍ତୁତି ଗ୍ରହଣ ପାଇଁ କହିଥିଲେ । ଗସ୍ତ ସମୟରେ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ତାଳଚେର ଉପଜିଲ୍ଲାପାଳ ଶ୍ରୀ ସମୀର କୁମାର ଜେନା, ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ଆଠମଲ୍ଲିକ ଉପଜିଲ୍ଲାପାଳ ଶ୍ରୀ ଉପେନ୍ଦ୍ର ଲୋହା, ପାଲଲହଡ଼ା ଉପଜିଲ୍ଲାପାଳ ଶ୍ରୀ ରବିନ୍ଦ୍ର କୁମାର ପଟେଲ, ଜିଲ୍ଲା ପଞ୍ଚାୟତ ଅଧିକାରିଣୀ ଶ୍ରୀମତୀ ଚିନ୍ମୟୀ ସାମନ୍ତରାୟ , ଅନୁଗୋଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡଃ ବିଶ୍ବ ଭୂଷଣଙ୍କ ସମେତ ସମସ୍ତ ଗୋଷ୍ଠୀ ଊନ୍ନୟନ ଅଧିକାରୀ ଓ ସମସ୍ତ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ ।

 

ଅନୁଗୋଳ ରୁ ଅଜିତ୍ କୁମାର ଭୋଇ