ଉମରକୋଟ ସହରରେ ବିରଳ ଘଟଣା ଝିଅ ଦେଲେ ମୁଖାଗ୍ନୀ, ସାମ୍ବାଦିକ ଙ୍କ ପତ୍ନୀ ବିୟୋଗ…..

ଉମରକୋଟ:-(ଏମ.ଦୀନା°ଶୁ ଆଚାରୀ) ଜଣେ ଉଚ୍ଚ ଶିକ୍ଷିତା ଝିଅ ନିଜ ମା’ଙ୍କ ମୃତ୍ୟୁ ପରେ ମୁଖାଗ୍ନୀ ଦେଇ ଆଜି ଉମରକୋଟ ସହରରେ ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି। ଉମରକୋଟର ବରିଷ୍ଟ ସାମ୍ବାଦିକ ହରିହର ଶତପଥୀ ଙ୍କ ପତ୍ନୀ କୁନ୍ତଳା କୁମାରୀ ଶତପଥୀ ୫୬ ବର୍ଷ । ଦୀର୍ଘ ବର୍ଷ ଧରି କୁନ୍ତଳ। ଶଯ୍ୟାଶାୟୀ ଥିଲେ। ତେବେ ଆଜି ତାଙ୍କର ମୃତ୍ୟୁ ଘଟିଲା। ଯେହେତୁ ହରିହର ଶତପଥୀ ଙ୍କ ୨ଝିଅ କୌଣସି ପୁଅ ନ ଥିଲେ। ମୁଖାଗ୍ନୀ କିଏ କରିବ ତାହା ସ୍ବାଭାବିକ ଭାବେ ପରିବାର ରେ ଚିନ୍ତା ସୃଷ୍ଟି ହେଲା । ଏହି ସମୟରେ ହରିହର ଙ୍କ ସାନ ଝିଅ ଲୋପ।ମୁଦ୍ରା ଯିଏ କି ଅବିବାହିତ ଓ LLM ପାଠ ପଡୁଚନ୍ତୀ କହିଲେ ମୁ ଦେବି। ମୋ ମା ଙ୍କୁ ଚିତାଗ୍ନି ଦେବି ମୋର ଏଥିରେ କିଛି ଅସୁବିଧା ନାହିଁ ବୋଲି ବାପା ଙ୍କୁ କହିଲେ ବାପା ମୋ ଭାଇ ନ ଥିଲେ କଣ ହେଲା ମୁଁ ହିଁ ତୁମର ପୁଅ ଆଉ ଝିଅ। ପରିବାର ରେ ସମ୍ମତି ପ୍ରକାଶ ପାଇଲା ଓ ଝିଅ ଆଜି ଶ୍ମଶାନ ରେ ମୂଖାଗ୍ନି ଦେଲେ। ଯାହାକି ଉପସ୍ଥିତ ବ୍ୟକ୍ତି ଙ୍କ ଆଖି ରୁ ଲୁହ ବାହାରି ପଡ଼ିଥିଲା। ଶ୍ମଶାନକୁ ମହିଳା ମାନେ ଯାଇଥାନ୍ତି, କିନ୍ତୁ ମୂଖାଗ୍ନି ଦେବା ପୂର୍ବରୁ ସ୍ମଶାନ ଛାଡ଼ି ପଳାଇ ଥାଆନ୍ତି। କିନ୍ତୁ ସାହସର ସହ ଲୋପାମୁଦ୍ରା ମୂଖାଗ୍ନି ଦେଇ ଶେଷ ବିଦାୟ ଜଣାଇ ଟହିଲେ। ଆଜି ଲୋପାମୁଦ୍ରା ଏହି ସାହସିକ କାର୍ଯ୍ଯ କରି ଉମରକୋଟରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଆଗକୁ ଯେତେ ସବୁ ମାଁ ଙ୍କ କାର୍ଯ୍ୟ ଯାହା ବି ହେବ ସେ ସବୁ ମୁଁ ହିଁ କରିବି ବୋଲି କହିଛନ୍ତି ଲୋପାମୁଦ୍ରା। କୁନ୍ତଳା ଜଣେ ଧର୍ମ ପରାୟଣ ମହିଳା ଭାବେ ସୁପରିଚିତ। ସେ ଗାୟତ୍ରୀ ପରିବାର ସହ ଜଡ଼ିତ ରହି ଗାଁ ଗାଁ ବୁଲି ହିନ୍ଦୁ ଧର୍ମ ପ୍ରଚାର ପାଇଁ କାର୍ଯ୍ୟ କରୁଥିଲେ। ଉମରକୋଟ ଠାରେ ଗାୟତ୍ରୀ ଧର୍ମ ଆରମ୍ଭ କରିଥିଲେ। ଶକୁନ୍ତଳା ଙ୍କ ମୃତ୍ୟୁ ଖବର ପ୍ରଚାର ହେବା ମାତ୍ରେ ସମଗ୍ର ସହର ରେ ଶୋକ ର ଛାୟା ଖେଳି ଯାଇଛି। ଆଜି ପେଣ୍ଡର।ଣି ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରା ରେ ଶକୁନ୍ତଳା ଙ୍କ ଶବ ଶ୍ମଶାନ କୁ ଆଣି ଶେଷ କୃତ୍ୟ ସଂପନ୍ନ କରା ଯାଇଥିଲା। ଶେଷ ଯାତ୍ରା ରେ ସହର ର ବିଶିଷ୍ଟ ବ୍ୟକ୍ତି ଙ୍କ ସହ ଗାୟତ୍ରୀ ପରିବାର ର ବହୁ ସଦସ୍ୟ ଉପସ୍ଥିତ ଥିଲେ।
