ଉମରକୋଟ ଠାରେ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ.………

IMG-20250820-WA0061
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲା ଉମରକୋଟ ସହର ଗୁଲିପାଟଣା ସାହିର କଳିଙ୍ଗ କଳା ଓ ସାଂସ୍କୃତିକ ଯୁବ ପରିଷଦ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହା ଆଡମ୍ବରରେ ଦୁର୍ଗାପୂଜା କରାଯିବା ନେଇ ବାବା ବୈଦ୍ୟନାଥ ମନ୍ଦିରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକ ରେ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ଥିଲେ। ବୈଦ୍ୟନାଥ ମନ୍ଦିର କମିଟି ସଭାପତି ଜୟଦେବ ପରିଡାଙ୍କ ସଭାପତିତ୍ୱ ରେ ବୈଠକ ଅନୁଷ୍ଠିତ ହୋଇଥିଲା, ସର୍ବ ପ୍ରଥମେ ଗତ ବର୍ଷର ସମସ୍ତ ଖର୍ଚ୍ଚ ବିବରଣୀ ସଂଜୀବ ସାହୁ ଉପସ୍ଥାପନ କରିଥିଲେ। ପରେ ଚଳିତ ବର୍ଷ ପାଇଁ ନୂତନ ପୂଜା କମିଟି ଗଠନ କରା ଯାଇଥିଲା ଚଳିତ ବର୍ଷ ପୂଜା କମିଟି ସଭାପତି ଭାବେ ସଞ୍ଜୟ କୁମାର ସ୍ୱାଇଁ, ଉପସଭାପତି ଭାବେ ଲଷ୍ମୀ ପୁଜାରୀ, ଗିରିଧାରୀ ମାଝୀ, କୁଶ ସାହୁ ମନୋନୀତ ହୋଇଥିବା ବେଳେ ସମ୍ପାଦକ ଭାବେ ଗଣେଶ ପ୍ରସାଦ ରଣା ଓ ସହ ସଂପାଦକ ଭାବେ ସନ୍ତୋଷ ଶତପଥୀ, ପିଣ୍ଟୁ ମାଝୀ, ଅରୁଣ ପଟନାୟକ ମନୋନୀତ ହୋଇଛନ୍ତି। ସେହିଭଳି କୋଷାଧକ୍ଷ ଭାବେ ସଂଜୀବ ସାହୁ ଙ୍କୁ ମନୋନୀତ କରାଯାଇଛି।ପୂଜା କାର୍ଯ୍ୟ ରେ ସହଯୋଗ କରିବା ପାଇଁ ୧୧ ଜଣିଆ କମିଟି ମଧ୍ୟ ଚୟନ କରାଯାଇଛି। କମିଟିର ସମସ୍ତ ସଦସ୍ୟ ପୂଜା କାର୍ଯ୍ୟ ରେ ସହଯୋଗ କରିବେ ବୋଲି ନିଷ୍ପତି ନିଆଯାଇଛି। ଆଜିର ବୈଠକ ର ନିଷ୍ପତ୍ତି ଅନୁସାରେ ୨୮/୮/୨୫ ତାରିଖରେ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯିବ ଏବଂ ଚଳିତ ଥର ମଧ୍ୟ ପୂଜା ମଣ୍ଡପରେ ନବରାତ୍ରି ପୂଜା କରାଯିବ ଏବଂ ୨୨/୦୯/୨୫ ଅଶ୍ୱିନ ଶୁକ୍ଳ ପ୍ରତିପଦା ତିଥିରେ ନବରାତ୍ରି ପାଇଁ ସଂକଳ୍ପ କରାଯିବ ବୋଲି ସୂଚନା ଦେଲେ ପୂଜକ। ଆଜିର ଏହି ବୈଠକରେ ପୂଜା ପାଇଁ ମେଢ଼, ବାଜା, ମହାଅଷ୍ଟମୀ ଭୋଗ, ବିସର୍ଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ଶାନ୍ତି ଶୃଙ୍ଖଳାରେ କିପରି ପୂଜା ସମ୍ପନ୍ନ କରାଯିବ ଏନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।ମାଙ୍କ ପୂଜା କାର୍ଯ୍ୟ ଲଷ୍ମୀ ତ୍ରିପାଠୀ ସମ୍ପାଦନ କରିବେ। ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାବଣ ପୋଡି କରାଯିବ ବୋଲି ନିଷ୍ପତି ନିଆଯାଇଛି। ଆଜିର ଏହି ବୈଠକରେ ଟୁଲୁ ସାହୁ,ବିଷ୍ଣୁ ପ୍ରସାଦ ପଟନାୟକ, ଯତୀନ ପଣ୍ଡା, ରାମ ମ।ଣିଆ,ଗଦା ବିଷୋୟୀ, ଶ୍ରୀନିବାସ ପଟନାୟକ, ସୀମା ସ୍ୱାଇଁ, ଅମିତ କର୍ମକାର,ନାଗେଶ ପଟନାୟକ, ତ୍ରିପତି ପଟନାୟକ, ମାନସ ସାହୁ,କୁନା ନାୟକ, ଟଙ୍କ ମାଝୀ, ସତ୍ୟରଞ୍ଜନ ଖୁଣ୍ଟିଆ, ଗୋପାଳ ରାଓ, ନାରାୟଣ ପାଣିଗ୍ରାହୀ, ଅଶୋକ ପାତ୍ର, ଦେବେନ୍ଦ୍ର ନୟକ, ଘନ ନୟକ, ଲିଟୁନା ସାହୁ,ପ୍ରମୁଖ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।