ଉମରକୋଟ JELC ଚର୍ଚ୍ଚ ନିର୍ବାଚନ ଅନୁଷ୍ଟିତ ହୋଇଯାଇଛି…….

IMG-20250820-WA0060
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ସହର ସ୍ଥିତ JELC ଚର୍ଚ୍ଚ ର ନିର୍ବାଚନ ଅନୁଷ୍ଟିତ ହୋଇଯାଇଛି। ଏଥିରେ ଏହି ଚର୍ଚ୍ଚ ର ଫାଦେର ତଥା ପରିଚାଳକ ଆଚାର୍ଯ୍ୟ ବିଭୁତି ଭୁଷଣ ପାଣି ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଥିଲା l

ଜଇଲୁମ ର ନିୟମାବଳୀ ଅନୁଯାଇ ଚଳିତ ବର୍ଷ ତୃଣମୂଳ ସ୍ତରରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଇସାରିଛି। ଏଥି ମଧ୍ୟରେ ଗ୍ରାମ୍ୟ ସ୍ତରରୁ ମହାମଣ୍ଡଳୀ ସ୍ତର ପର୍ଯ୍ୟନ୍ତ ନିର୍ବାଚନ ଚାରିଗୋଟି ପ୍ରକ୍ରିୟା ଦେଇ ସମ୍ପାଦନ ପ୍ରକ୍ରିୟା ଚାଲୁ ରହିଛି l ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଉମରକୋଟ JELC ଚର୍ଚ୍ଚର ସଭାପତି ଭାବେ ଶ୍ରୀମତୀ ସୁସ୍ମିତା ଖରା,ଏବଂ ଉପ-ସଭାପତି ରୂପେ ଶ୍ରୀଯୁକ୍ତ ସରୋଜ ଦଳେଇ ଓ ସମ୍ପାଦକ ଶ୍ରୀଯୁକ୍ତ ପ୍ରେମାନନ୍ଦ କୂଲଦୀପ, କୋଷାଧକ୍ଷ ଶ୍ରୀଯୁକ୍ତ ଅରୁଣ ପ୍ରସାଦ ନାୟକ ସର୍ବ ସହମତ କ୍ରମେ ନିର୍ବାଚିତ ହୋଇଥିବା ବେଳେ ପଞ୍ଚାୟତର ବିଭିନ୍ନ ବର୍ଗର ସଭ୍ୟ, ସଭ୍ୟା ରୂପେ ଖ୍ରୀଷ୍ଟ ଚନ୍ଦ୍ର ଟାକ୍ରୀ, ମଦନ ମୋହନ ନାୟକ, ଫିରୋଜ ଖରା, ପ୍ରଦୀପ ବାଘ, ସୁମନ୍ତ କୋଚିମ, ପ୍ରଦତ ଗରଡା, ରଂଜିତା ଅଣ୍ଡେରସନ, ସଂଜିତା ଯୁଇଫୁଲ, କଳ୍ପନା ସୁନା, ଦିବନେଶ ଲୋବଙ୍ଗ, ଦୀପକ ବେହେରା, ପ୍ରିୟଙ୍କା ବାଘ, ରାଣୀ କୁଳଦୀପ ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି l ନିର୍ବାଚିତ ସଭ୍ୟ ମାନଙ୍କ କାର୍ଯ୍ୟ କାଳ ଦୁଇ ବର୍ଷ ବଳବତ୍ତର ରହିବ l ଦ୍ଵିତୀୟ ପର୍ଯ୍ୟାୟରେ ତାଲୁକ ସଭ୍ୟ ତଥା ପ୍ୟାରିସ କାଉନସିଲ ନିମନ୍ତେ ମଧ୍ୟ ୧୫ ଜଣଙ୍କୁ ଭିନ୍ନ ଭିନ୍ନ ବିଭାଗରୁ ନିର୍ବାଚିତ ଏବଂ ମନୋନୀତ ହୋଇଛନ୍ତି ସେମାନେ ହେଲେ ଶ୍ରୀ ବିପିନ ବିହାରୀ ହିଆଲ, ଉଦୟ ସରୁ, ସୁଶୀଳ ବେହେରା, ସୁଶାନ୍ତ ଶେଖର ଭତ୍ରା, ଖ୍ରୀଷ୍ଟଚନ୍ଦ୍ର ଟାକ୍ରୀ, ମଦନ ମୋହନ ନାୟକ, ଫିରୋଜ ଖରା, ସରୋଜନି ମଣି, ଉଷା ମାଧୁରୀ ପାତ୍ର, ଗୀତାଞ୍ଜଳି ନନ୍ଦ, ସାନ୍ଧ୍ୟରାଣୀ ଗରଡା, ସୁମନ୍ତ କୁମଝରିଆ, ତୁଷାର କାନ୍ତ ନନ୍ଦ, ସୁଚରିତା ଦଳେଇ, ସମିରା କର୍କରା ଏବଂ ରାଣୀ କୁଳଦୀପ l ସମସ୍ତ ନିର୍ବାଚିତ ସଭ୍ଯ, ସଭ୍ୟା ମନକୁ ଚର୍ଚ୍ଚର ପ୍ରାର୍ଥନା ଗୃହରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା l ନିର୍ବାଚିତ ହୋଇଥିବା ପାର୍ଥି ମାନେ ଚର୍ଚ୍ଚର ସମସ୍ତ ସଭ୍ୟ ସଭ୍ୟା ତଥା ଭକ୍ତଭକ୍ତାଗଣ ଙ୍କୁ କୃତଜ୍ଞତା ସହ ଧନ୍ଯବାଦ ଜଣାଇବା ସହ ନିର୍ବାଚନ ପରିଚାଳନା ଅଧିକାରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ନିର୍ବାଚିତ ହୋଇଥିବା ପାର୍ଥି ମାନେ ଚର୍ଚ୍ଚ ଉନ୍ନତି ପାଇଁ ଆମେ ସମସ୍ତେ ଚେଷ୍ଟିତ ରହିବୁ ବୋଲି ପ୍ରକାଶ କରିଛନ୍ତି l