ଅର୍ଦ୍ଧ ପୋଡ଼ା ଅସହାୟ ମାନସିକ ଅନଗ୍ରସର ମହିଳା ଙ୍କ ଥଇଥାନ କଲା ନିଷ୍ଠା ପରିବାର 

IMG-20250820-WA0056
Share

 

 

ବରଗଡ,ସୁରେନ୍ଦ୍ର କଠାର

 

ସୋହେଲା ରୁ ହଲଦୀ ପାଲି  ଛକ ନିକଟ ଜାତୀୟ ରାଜପଥ କଡ଼ରେ ଅତି ଦୟନୀୟ ନଗ୍ନ ଅବସ୍ଥା ରେ ପଡ଼ି ରହିଥିବା ଜଣେ ମାନସିକ ଅନଗ୍ରସର ମହିଳା ଙ୍କୁ ରୁଦ୍ର ପ୍ରତାପ ସାହୁ ଓ ତାଙ୍କ ର କିଛି ବନ୍ଧୁ ଅଶୋକା ଆମ୍ବୁଲାନ୍ସ ସାହାଯ୍ୟ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠେଇବା ସହ ଆମ ନିଷ୍ଠା ପରିବାର କୁ ଖବର ଦେଇ ଥିଲେ। ନିଷ୍ଠା ପରିବାର ତରଫ ରୁ ତାଙ୍କ ର ପ୍ରାଥମିକ ଚିକିତ୍ସା କରାଯାଇଥିଲା। ତାଙ୍କ ର ମାନସିକ ସ୍ଥିତି ଅତ୍ୟନ୍ତ ଖରାପ ଥିବାରୁ ଏ ନେଇ ସମ୍ବଲପୁର ର ପରିଚୟ ଅନୁଷ୍ଠାନ ର ପ୍ରତିଷ୍ଠାତା ଶ୍ରୀ ବିପିନ ବିହାରୀ ପଣ୍ଡା ଙ୍କ ସହ ନିଷ୍ଠା ପରିବାର ର ସଭାପତି ଶ୍ରୀ ଅଶ୍ୱିନୀ ତ୍ରିପାଠୀ ଯୋଗାଯୋଗ କଲା ପରେ ଭଟଲି ପୋଲିସ ର ଅନୁମତି ନେଇ ନିଷ୍ଠା ଆମ୍ବୁଲାନ୍ସ ଦ୍ଵାରା ସମ୍ବଲପୁର ରେ ଥିବା ମିଶନାରି ଆଶା ନିବାସ ରେ ତାଙ୍କ ର ଥଇଥାନ କରାଗଲା। ପରିଚୟ ର ବିପିନ ବିହାରୀ ପଣ୍ଡା, ନିଷ୍ଠା ପରିବାର ର ମମତା ବାଗ, ବରୁଣ ଭାଇ ଉପସ୍ଥିତ ଥିଲେ।