April 29, 2026

ସିଦ୍ଧଳ ଜଗନ୍ନାଥ ମନ୍ଦିରରେ ପଞ୍ଚରାତ୍ର ର ଚତୁର୍ଥ ସଂଧ୍ୟା।   

IMG-20240820-WA0080
Share

 

ତିର୍ତ୍ତୋଲ :–ଓଡ଼ିଆ ଜାତିର ମଉଡମଣି କୋଟି କୈବଲ୍ୟ ନାଥ ଜଗତର ନାଥ ଜଗନ୍ନାଥଙ୍କ ସ୍କନ୍ଧ ପୁରାଣ ବର୍ଣ୍ଣିତ ସମସ୍ତ ତତ୍ତ୍ଵ ଓ ଗାଥା ଉପରେ ଆଧାରିତ ବିଷୟବସ୍ତୁ କୁ ସାଧାରଣ ଲୋକଙ୍କ

ପାଖରେ ପହଞ୍ଚାଇବାକୁ, ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ସିଦ୍ଧଳ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ, ଗତ ୧୭ ତାରିଖ ଠାରୁ ଶୁଭାରମ୍ଭ ହୋଇଥିବା, ଜଗନ୍ନାଥ ପଞ୍ଚରାତ୍ର ର ୪ର୍ଥ ସନ୍ଧ୍ୟା ରେ ଅନୁଷ୍ଠାନର ମାର୍ଗଦର୍ଶକ ତଥା ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର ଟ୍ରଷ୍ଟ ର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ସହିତ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ଉଦଘାଟନ କରାଯାଇଥିଲା !ଶ୍ରୀ ଜଗନ୍ନାଥ ମନ୍ଦିର ର ବଡ଼ପଣ୍ଡା ଅରୁଣ କୁମାର ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ମହାନ ଆଧ୍ୟାତ୍ମିକ ସାରସ୍ୱତ କାର୍ଯ୍ୟକ୍ରମ ରେ ବ୍ୟାସ ଭାବରେ ପଣ୍ଡିତ ସୁରେନ୍ଦ୍ର ନାଥ ଦାଶ, ପ୍ରତ୍ୟେହ ସ୍କନ୍ଧ ପୁରାଣକୁ ପାଠ କରିଥିଲେ। ଏହି ପଞ୍ଚମସନ୍ଧ୍ୟା ରେ ରାଜା ଇନ୍ଦ୍ରଦ୍ୟୁମ୍ନ ଙ୍କ ଦ୍ଵାରା ଶ୍ରୀକ୍ଷେତ୍ରରେ ଯଜ୍ଞ , ନୃସିଂହ ମୂର୍ତ୍ତି ଓ ଚତୁର୍ଦ୍ଧା ବିଗ୍ରହ ଦର୍ଶନ ଓ ପଞ୍ଚତୀର୍ଥ ମାହାତ୍ମ୍ୟ ପ୍ରସଙ୍ଗ ସହିତ, ଜଗନ୍ନାଥ ସଂସ୍କୃତି ର ବହୁ ଆଧ୍ୟାତ୍ମିକ ତତ୍ତ୍ଵ ଓ ତଥ୍ୟ ବିଷୟ ରେ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଅତି ସରଳ, ସାବଲୀଳ ଓ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କଲାବେଳେ, ଉପସ୍ଥିତ ଭଗବତ ପ୍ରେମୀ ଶ୍ରାଦ୍ଧକୁ ଭକ୍ତମାନେ, ଭାବବିହ୍ୱଳ ହୋଇ ଉଠିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ କାଳୀକିଙ୍କର ଆଚାର୍ଯ୍ୟ , ଅଜୟ କୁମାର ଦାଶ, କିଶୋର ଦାଶ , ଡଃ ସୁରେନ୍ଦ୍ର ନାଥ ତ୍ରିପାଠୀ , ଆଶିଷ ମହାପାତ୍ର , ସୁରେନ୍ଦ୍ର ସାହୁ , ସୁଶାନ୍ତ ବେହେରା , ସାରଦା ବେହେରା, ପଣ୍ତିତ ପ୍ରଫୁଲ୍ଲ କୁମାର ସାହୁ, ଶୁକଦେବ ବେହେରା ଓ ଅଭୟ କୁମାର ଦାଶ ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। , ଆସନ୍ତା ୨୧ ତାରିଖ ବୁଧବାର ଦିନ ଏହି ଜଗନ୍ନାଥ ପଞ୍ଚରାତ୍ର ଉଦଯାପନ ଉପଲକ୍ଷେ ବିଶ୍ଵକଲ୍ୟାଣ ଯଜ୍ଞା ରେ ଆହୁତି ପ୍ରଦାନ କରାଯିବ ବୋଲି, କର୍ମକର୍ତ୍ତା ମାନେ ସୂଚନା ପ୍ରଦାନ କରିଅଛନ୍ତି।

ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଓଡିଶା !