June 21, 2026

ପଞ୍ଚାୟତ ଅଧିକାରୀଙ୍କ ଅକାଳ ବିୟୋଗରେ ଶୋକସଭା 

IMG-20240820-WA0076
Share

 

ବୁଗୁଡ଼ା : ତା ୨୦/୦୮/୨୪ : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବି. କରଡାବାଡି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ହୋତା(୫୫)ଙ୍କ ଆକସ୍ମିକ ବିୟୋଗରେ ମଙ୍ଗଳବାର ଦିନ ପଞ୍ଚାୟତ ସମିତି ସଭା ଗୃହରେ ଏକ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି । ବିଡିଓ ସନ୍ତୋଷ କୁମାର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଶୋକ ସଭାରେ ସ୍ବର୍ଗତ ହୋତାଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ତାଙ୍କର କାର୍ଯ୍ୟ ଦକ୍ଷତା, ସରଳତା,ମିଷ୍ଟଭାଷ , କର୍ତ୍ତବ୍ୟନିଷ୍ଠା ଆଦି ଗୁଣାବଳୀ ସଂପର୍କେ ଉପସ୍ଥିତ ବ୍ଲକ କର୍ମଚାରୀମାନେ ସ୍ମୃତିଚାରଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବ୍ଳକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସସ୍ମିତା କର , ଜିପିଇଓ ଲକ୍ଷ୍ମଣ କଅଁର , ଭାରପ୍ରାପ୍ତ ଜିପିଇଓ ମନୋଜ କୁମାର ସାହୁ ,ପିଇଓ ସଂଘର ସଭାପତି ସୁବ୍ରତ କୁମାର ଗଡନାୟକ, ଜେଇ ପ୍ରସନ୍ନ କୁମାର ସାହୁଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ପ୍ରକାଶ ଥାଉ କି ସ୍ବର୍ଗତ ହୋତା ଶନିବାର ଦିନ ବି.କରଡାବାଡି ପଞ୍ଚାୟତରେ ତାଙ୍କ କାର୍ଯ୍ୟ ନିର୍ବାହ କରି ହିଞ୍ଜିଳିକାଟୁସ୍ଥିତ ନିଜ ଭଡା ଘରକୁ ସନ୍ଧ୍ୟାରେ ଫେରିବା ପରେ ହୃଦଘାତରେ ଟଳି ପଡିଥିଲେ ।