ଆଦର୍ଶ ଶିକ୍ଷୟତ୍ରୀ ଶକୁନ୍ତଳା ସ୍ୱାଇଁ ଙ୍କ ସ୍ମୃତିଶ୍ରଦ୍ଧାଞ୍ଜଳୀ ସଭା
ଆଦର୍ଶ ଶିକ୍ଷୟତ୍ରୀ ଶକୁନ୍ତଳା ସ୍ୱାଇଁ ଙ୍କ ସ୍ମୃତିଶ୍ରଦ୍ଧାଞ୍ଜଳୀ ସଭା
=================== ତିର୍ତ୍ତୋଲ :-ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ କଟରା ପଞ୍ଚାୟତ ଅନ୍ତର୍ଗତ ଇଟାଙ୍ଗ ଗ୍ରାମର ପ୍ରାକ୍ତନ ଶିକ୍ଷକ ଶରତ ଚନ୍ଦ୍ର ସ୍ବାଇଁ ଙ୍କ ଧର୍ମପତ୍ନୀ ଆଦର୍ଶ ଶିକ୍ଷୟତ୍ରୀ ତଥା ମହିୟସୀ ମହିଳା ସ୍ୱର୍ଗତ ଶକୁନ୍ତଳା ସ୍ୱାଇଁ ଙ୍କ ପବିତ୍ର ଏକାଦଶାହ ଉପଲକ୍ଷେ , ସ୍ୱାଇଁ ବାସଭବନ ପରିସରରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳୀ ସଭା ଗତ ରବିବାର ଦିନ ଅପରାହ୍ନ ରେ ଅନୁଷ୍ଠିତ ହୋଇ ଯାଇଛି। ସାରଳାସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରାରମ୍ଭ ରେ ଶ୍ରୀମଦ୍ ଭଗବତ ଗୀତା ପାଠ କରିବା ପରେ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା !ଦିବଂଗତ ଆତ୍ମାର ସଦଗତି ନିମନ୍ତେ ନିରବପ୍ରାର୍ଥାନା ପରେ , ଝଙ୍କଡ଼ ସାହିତ୍ୟ ସଂସଦର ସଭାପତି ଗୋଲକ ବିହାରୀ ପଳାଇ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ସ୍ମୃତିସଭାରେ ମୂଖ୍ୟବକ୍ତା ଝୁଲାରାମ ଦାସ, ଓ ସମ୍ମାନିତ ଅତିଥି ଭାବେ ଧୁନଚନ୍ଦ୍ର ସେନାପତି , ମୃଣ୍ମୟ କୁମାର ସ୍ବାଇଁ , ଧୀରେନ୍ଦ୍ର ନାଥ ବିଶ୍ୱାଳ, ସାରଦା ଚଇନି , ରାଜକିଶୋର ଦାଶ , ଭାଗେସ ସ୍ୱାଇଁ , ସୁଜିତ୍ ଦାସ , ସମାଜସେବୀ ବ୍ରଜ କିଶୋର ମଲ୍ଲିକ, ଓ ନିରୁପମା ସ୍ୱାଇଁ ପ୍ରମୁଖ ନିଜ ନିଜର ବକ୍ତବ୍ୟରେ ସ୍ୱର୍ଗତା ଶକୁନ୍ତଳା ସ୍ୱାଇଁ ଙ୍କ ଜୀବନଦର୍ଶନ ଉପରେ ଆଲୋଚନା କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସେ ଜଣେ ପତିବ୍ରତା, ମିଷ୍ଟଭାଷୀ, ପରୋପକାରୀ ଓ ଧର୍ମପ୍ରଣା ମହିଳା ହୋଇଥିବାରୁ ତଙ୍କ ସ୍ମୃତିସଭା ରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା !ଏହି ସଭାକାର୍ଯ୍ୟକୁ ପ୍ରଧାନଶିକ୍ଷକ ବିଜୟ କୁମାର ସ୍ୱାଇଁ ପରିଚାଳନା କରିଥିବା ବେଳେ, ସୋମଦତ୍ତ ସ୍ୱାଇଁ , ପୂଜାମହନ୍ତି , ଶୁଭଦତ୍ତ ସ୍ୱାଇଁ , ଶ୍ୱେତା ଦାସ , ସ୍ୱାଗତିକା ସ୍ୱାଇଁ , ଶୁଭଶ୍ରୀ ସ୍ୱାଇଁ , ନିହାର ନାୟକ , ଉମେଶ ଚନ୍ଦ୍ର ସ୍ୱାଇଁ , କବିତା ସ୍ୱାଇଁ ଓ ଅଦିତୀ ପ୍ରମୁଖ ପରିଚାଳନା Urban କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା
ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !