March 11, 2026

ବିଜେପି ପକ୍ଷରୁ ଭୋଟର ସଚେତନତା ମହାଭିଯାନ ଅନୁଷ୍ଠିତ

IMG-20230820-WA0013
Share

ବିଜେପି ପକ୍ଷରୁ ଭୋଟର ସଚେତନତା ମହାଭିଯାନ ଅନୁଷ୍ଠିତ

(ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

ଉମରକୋଟ – ତା 20.8.23- ଭାରତୀୟ ଜନତା ପାର୍ଟି ଉମରକୋଟ ନିର୍ବାଚନ ମଣ୍ଡଳୀ ତରଫରୁ ଭୋଟର ସଚେତନତା ମହାଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ପ୍ରତ୍ୟେକ ବୁଥ୍ ରେ ଯେପରି ଭୋଟର ସଚେତନ ହୋଇ ଗଣତାନ୍ତ୍ରିକ ମହାପର୍ବ ଅର୍ଥାତ ନିର୍ବାଚନ ରେ ନିଜ ମତ ସାବ୍ୟସ୍ତ କରିବେ ଏହାକୁ ଲକ୍ଷ୍ୟ ରଖି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଏଥିରେ ନିର୍ବାଚନ ମଣ୍ଡଳୀ ର ସମସ୍ତ 220 ବୁଥ୍ ର ସଭାପତି ଏବଂ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ହୋଇଥିଲେ. ନିର୍ବାଚନ ର ପ୍ରତ୍ୟେକ ବିଷୟକୁ ମଂଚାସୀନ ନେତୃତ୍ୱ ଆଲୋଚନା କରିଥିଲେ. ଏହି କାର୍ଯ୍ୟକ୍ରମ ରେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଜିଲ୍ଲା ସଭାପତି ଜଗଦୀଶ ବିଷୋୟୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ଗୋବିନ୍ଦ ଜୈନ, ଅଶୋକ ପାଢ଼ୀ, ସୁରେଶ ଆଚାର୍ଯ୍ୟ ନିର୍ବାଚନ ବିଷୟ ଆଲୋଚନା କରିଥିଲେ. ସମସ୍ତ ମଣ୍ଡଳ ସଭାପତି ଏବଂ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ.