ମୋରଡ। ଥାନା ଚିକିଟାମାଟିଆ ଗ୍ରାମ ପଞଚାୟତ ଠାରେ ଆମ ପୋଲିସ ସମିତି ପକ୍ଷ ରୁ ସଚେତନତା ବୈଠକ ଅନୁଷ୍ଠିତ—

ମୟୂରଭଞ୍ଜ (ବିଭୂତି ରାଉତ)
ମୟୂରଭଞ୍ଜ ଜିଲ୍ଲା ମୋରଡ। ଥାନା ଚିକିଟାମାଟିଆ ଠାରେ ଆମ ପୋଲିସ ସମିତି ପକ୍ଷରୁ ସଚେତନତା ବୈଠକ ଅନୁଷ୍ଠିତ ହୋଯାଇଅଛି। ଉକ୍ତ ବୈଠକ ରେ ମୋରଡ। ଥାନା ଅଧିକାରୀ ଶ୍ରୀଯୁକ୍ତ ସୁମିତ କୁମାର ସରେନ୍ ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇ ଜନସାଧାରଣ ଙ୍କୁ କି ଭଳି ଲୋକଙ୍କୁ ସଚେତନ କରାଯାଇ ପରିବ ସେ ନେଇ ସଚେତନ ବାର୍ତ୍ତା ପ୍ରେରଣ କରିଥିଲେ। ତେବେ ଅଞ୍ଚଳ ରେ ହେଉଥିବା ଚୋରି ସହ ଅନ୍ୟାନ୍ୟ ଗତିବିଧି ଉପରେ ନଜର ଦେବା ସହ ଦରକାର ପଡ଼ିଲେ ତୁରନ୍ତ ପୋଲିସ ର ସୋହଜଗ ଲଢ଼ିବାକୁ ନିବେଦନ କରିଛନ୍ତି ଥାନା ଅଧିକାରୀ ତେବେ ନିଶା ସେବନ କରି ଗାଡ଼ି ନ ଚଳେଇବା ସହ ଗ୍ରାମ ଗୁଡ଼ିକର କୌଣସି ଅପ୍ରୀତିକର ପରିସ୍ଥିତି ଅପୂଜିଲେ ଗ୍ରାମ ରେ ଥିବା ୱାର୍ଡ ସଭ୍ୟଙ୍କୁ ଜଣାଇବା ପରେ ଯଦି ସମସ୍ୟା ର ସମାଧାନ ନ ହୁଏ ତେବେ ଥାନ ର ଦ୍ବାରସ୍ଥ ହେବାର ଥାନା ଅଧିକାରୀ ପରାମର୍ଶ ଦେଇଛନ୍ତି। ଓ ହେଲମେଟ୍ ପିନ୍ଧି ଗାଡ଼ି ଚଳେଇବା ପାଇଁ ବୈଠକ ରେ ପରାମର୍ଶ ଦେଇଛନ୍ତି। ଏତେତବ୍ୟତିତ ନିଶା ସେବନ କରି ଗାଡ଼ି ଚଳେଇବା ଓ ନିଜ ଅଞ୍ଚଳ ରେ କିଛି ଝଗଡ଼ା ହେଲେ ତୁରନ୍ତ ପୋଲିସ ର ସୋହାଜଗ ନେଇ ସମାଧାନ କରିବାର ପରାମର୍ଶ ଦେଇଥିଲେ। ଆଜିକାର ବୈଠକ ରେ ପାଖାପାଖି ୩୦୦-୪୦୦ ଲୋକ ଉପସ୍ଥିତ ଥିଲେ। ଏଥି ସହିତ ଆମ ପୋଲିସ ସମିତି ର ସଭାପତି ସୌରଭ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରି ବୈଠକ ସମାପ୍ତ କରିଥିଲେ। ଆଗାମୀ ପୋଲିସ ସମିତି ବୈଠକ ମୋରଡ। ବ୍ଲକ୍, ଗୋଡ଼ିଗାଁ ଗ୍ରାମ ପଞ୍ଚାୟତ ରେ ଅଗଷ୍ଟ ୧୭ ତାରିଖ ରେ ହେବ ବୋଲି ଥାନା ଅଧିକାରୀ ଘୋଷଣା କରିଛନ୍ତି
