ସମ୍ବଲପୁରୀ ଦିନ ପାଇଁ ଶୋଭାଯାତ୍ରା ଓ ପ୍ରତିଯୋଗିତା

ସମ୍ବଲପୁର,୨୬. ୦୭: ରବିବାର ସ୍ଥାନୀୟ ପି ଏମ ଶ୍ରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ୪ର୍ଥ ସମ୍ବଲପୁରୀ ଦିନ ଉପଲକ୍ଷେ ବୁର୍ଲାସ୍ଥିତ ଜଗନ୍ନାଥ ମନ୍ଦିରରୁ ଏକ ଶୋଭାଯାତ୍ରା ବାହାରି ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ପହଞ୍ଚି ଥିଲା।ମା ସମଲେଶ୍ୱରୀ ମନ୍ଦିରରୁ ଆଜ୍ଞାମାଳ ପହଞ୍ଚିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଶୋଭାଯାତ୍ରା ସମୟରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କଳା ବିକାଶ କେନ୍ଦ୍ର ତଥା ପି ଏମ ଶ୍ରୀ ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ଏହି ଶୋଭାଯାତ୍ରାରେ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିଲେ।ଏହାପରେ ଅନୁଷ୍ଠାନ ତରଫରୁ ଆନ୍ତଃ ବିଦ୍ୟାଳୟ, ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉଦଘାଟନ ଦିବସରେ ପ୍ୟାରୀମୋହନ ପୁଜାହାରୀଙ୍କ ସଭା ପତିତ୍ୱରେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ସମ୍ବଲପୁର ଡାକ୍ତର ପୁଷ୍ପାଞ୍ଜଳି ପଣ୍ଡା, ସମ୍ମାନିତ ଅତିଥି ରଞ୍ଜନ କୁମାର ମହାନ୍ତି, ମୁଖ୍ୟ ହୀରାକୁଦ ଜଳ ବିଭାଗ ‘ଶ୍ରୀ କରନ ଶର୍ମା ମୁଖ୍ୟ ପି ଏମ ଶ୍ରୀ ଉଚ୍ଚ ବାଳକ ବିଦ୍ୟାଳୟ, ବୁର୍ଲା ପ୍ରମୁଖ ଉପସ୍ଥିତ ଥିବା ସମୟରେ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ ଏବଂ ପ୍ରାୟ ୨୫ ରୁ ଉର୍ଦ୍ଧ୍ୱ ଗୃହିଣୀ ତଥା କର୍ମଜୀବୀ ମହିଳା ପାରମ୍ପରିକ ସମ୍ବଲପୁରୀ ଖାଦ୍ୟ ଲେଥା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଆଗାମୀ ଅଗଷ୍ଟ ୧ ତାରିଖରେ ବିଦ୍ୟାଳୟ ତଥା ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ମଧ୍ୟ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଅଗଷ୍ଟ ୨ରେ ଡାକ୍ତର ଅର୍ଚ୍ଚନା ପାଢ଼ୀ ତଥା ସାଥି ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ସହ ବିଭିନ୍ନ ସମାଜର ସମ୍ବଲପୁରୀ ଖାଦ୍ୟ ବିତରଣ କରାଯିବା ପାଇଁ କମିଟି ତରଫରୁ ନିଷ୍ପତ୍ତି ନିଆଯାଇଛି।ପରିଶେଷରେ ସହ ସମ୍ପାଦକ ଜୟନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିବା ସମୟରେ ସମ୍ବଲପୁରୀ ଏକତା ମଞ୍ଚର ସମସ୍ତ କର୍ମକର୍ତ୍ତା ଓ ସଭ୍ୟ, ସଭ୍ୟା ମାନେ ଏଥିରେ ସହଯୋଗ କରିଥିଲେ।
