ଆଜିର ଖବର..
୧-ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧରପଣା ନୀତି ସମ୍ପନ୍ନ,ଶାନ୍ତ ହେଲେ ପାର୍ଶ୍ୱ ଦେବାଦେବୀ ଓ ଚଣ୍ଡୀ ଚାମଣ୍ଡା।ଆଜି ନିଳାଦ୍ରୀ ବିଜେ।
୨-ଇଣ୍ଡିଆନ୍ ଆଇଡଲ୍ ସିଜନ୍–୧୬ ଜିତି ଇତିହାସ ରଚିଲେ କିଟ୍ ଛାତ୍ରୀ ଜ୍ୟୋତିର୍ମୟୀ, ପ୍ରଥମ ଓଡ଼ିଆ ପ୍ରତିଯୋଗୀ ଭାବେ ହେଲେ ବିଜୟୀ।
୩-ଭୁବନେଶ୍ୱର: କନେଷ୍ଟବଳ ସୈ।ମ୍ଯରଞ୍ଜନ ହତ୍ୟା ମାମଲା, କ୍ରାଇମବ୍ରାଞ୍ଚରେ ହାଜର ହେଲେ ସୈ।ମ୍ଯଙ୍କ ବାପା।
୪-ଭୁବନେଶ୍ୱର:ଦାଉ ସାଧୁଛନ୍ତି ଯୋଗାଣ ସଂସ୍ଥା,ବୁକିଂର ତିନି ଦିନ ଭିତରେ ଗ୍ୟାସ୍ ନ ଦେଲେ ବୁକିଂ ହେଉଛି ବାତିଲ!
୫-ପରୀକ୍ଷା ସଂସ୍କାର ପାଇଁ ମୋଦିଙ୍କ ଘୋଷଣା:ନନ୍ଦନ ନିଲେକାନି ଟାସ୍କ ଫୋର୍ସ ଅଧ୍ୟକ୍ଷ।
୬-ଉମରକୋଟ: ବାଟି ବେଢ଼ା ସରକାରୀ ବିଦ୍ୟାଳୟରେ ଛାତ୍ରୀଙ୍କ ମୃତଦେହ ଠାବ,କାରଣ ଅସ୍ପଷ୍ଟ, ବିଦ୍ୟାଳୟ ସମ୍ମୁଖରେ ମୃତ ଦେହ ରଖି ପ୍ରତିବାଦ।
୭-ଭୁବନେଶ୍ୱର:ତିନି ଦିନର ଲଗାଣ ବର୍ଷା, ବେହାଲ୍ ସାରା ରାଜ୍ୟ। ବିଭିନ୍ନ ଅଞ୍ଚଳରୁ ଆସୁଛି ଜଳ ପ୍ରଳୟର ଚିତ୍ର। କେଉଁଠି ଘର ଜଳବନ୍ଦୀ…କେଉଁଠି ରାସ୍ତା ପାଲିଟିଛି ନଦୀ।
୮-ବଙ୍ଗୋପସାଗରରେ ଅବପାତ ସୃଷ୍ଟି: ଆଗାମୀ ୪୮ ଘଣ୍ଟା ପାଇଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଚେତାବନୀ।
୯-ବର୍ଷା ପାଇଁ ଆଜି ମୟୂରଭଞ୍ଜ ଓ ଜଗତସିଂହପୁର ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି ଛୁଟି।
୧୦-କାମାକ୍ଷାନଗର,ବାଲିପଡା ଗାଁ:ବଜ୍ରପାତରେ ବାପା-ପୁଅଙ୍କ ମୃତ୍ୟୁ।ମୃତକ ହେଲେ ସନ୍ତୋଷ ଦେହୁରୀ ଓ ତାଙ୍କ ପୁଅ ସତ୍ୟ ନାରାୟଣ ଦେହୁରୀ।
୧୧-ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ସରକାରଙ୍କୁ ଘେରିଲା କଂଗ୍ରେସ : ‘୭ ଦିନରେ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ନଦେଲେ ଓଡ଼ିଶା ବନ୍ଦ’।
୧୨-ପାତ୍ରପଡା:ରାଜଧାନୀରେ ପୁଣି ଛାତିଥରା ହିଟ୍ ଆଣ୍ଡ୍ ରନ୍ କେସ୍, କିଲ୍ ବିଲ୍ କରି କରି ମାରିଲା କିଲର୍ ଗାଡ଼ି।
୧୩-ଭଦ୍ରକ:ଇଲିସି ସିଜିନରେ ବି ଉଭାନ ଇଲିସି, କିଲୋ ୧୫ ଶହରୁ ଅଢେଇ ହଜାର ଟଙ୍କା।
୧୪-ହରାରେ:ଟି ୨୦ରେ ଜିମ୍ବାୱେକୁ ୩-୦ରେ କ୍ଲିନ୍ ସ୍ୱିପ୍ କଲା ଭାରତ।
୧୫-ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣା,ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ।
୧୬-ରାଜ୍ୟ ଗୋଷ୍ଠୀ କ୍ରୀଡା:ଭାରତକୁ ପ୍ରଥମ ରୌପ୍ୟ,ୱେଟଲିଫ୍ଟର ଋଷିକାନ୍ତ ସିଂହଙ୍କ କମାଲ।
୧୭-ଇତିହାସ ରଚିଲେ ମୀରବାଈ ଚାନୁ, ତୃତୀୟ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଜିତିଲେ ସ୍ବର୍ଣ୍ଣ ପଦକ।
୧୮-କାର୍ଗିଲ ବିଜୟ ଦିବସ ଏକ ତାରିଖ ନୁହେଁ, ଏହା ଦେଶର ବୀରତ୍ୱ ଏବଂ ବଳିଦାନର ଏକ ଅମର ଗାଥା: ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ।
୧୯-ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍ରେ ଟ୍ୟାଙ୍କର୍ ବ୍ଲାଷ୍ଟ, ଇରାନର ଦାବି ଯୋଗୁଁ ମିଡିଲ୍ ଇଷ୍ଟରେ ହଇଚଇ।
୨୦-ଓ୍ବାଶିଂଟନ୍:ଯୁଦ୍ଧ ସାମୟିକ ସ୍ଥଗିତ ରଖିଲା ଆମେରିକା, ଆମେରିକା ପାଖରେ କ୍ଷେପଣାସ୍ତ୍ର ଅଭାବ ।
🙏 *ସୁପ୍ରଭାତ* 🙏
