April 24, 2026

ଉମରକୋଟ ପୌର ଅଧକ୍ଷା ଙ୍କ ସ୍ୱାମୀ ସମାଜ ସେବୀ ଲମ୍ବୋଦର ରକ୍ତ ଦାନ କରି ରୋଗୀ ର ଜୀବନ ବଞ୍ଚାଇଲେ………….

IMG-20250720-WA0011
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଜଣେ ଗୁରୁତର ରୋଗୀଙ୍କୁ ରକ୍ତଦାନ କରି ଜୀବନ ବଞ୍ଚାଇଛନ୍ତି ଉମରକୋଟ ପୌର ଅଧକ୍ଷା ଙ୍କ ସ୍ୱାମୀ। ମିଳିଥିବା ସୂଚନା ଅନୁସାରେ ଉମରକୋଟ ସହରର ଭିତର ଗଡ଼ ସାହିର ଭୁବନେଶ୍ୱର ପାଇକ ଦୁଇଦିନ ତଳେ ଗୁରୁତର ଅବସ୍ଥାରେ ଉମରକୋଟ ଉପ ଖଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଉକ୍ତ ରୋଗୀଙ୍କ ହିମୋଗ୍ଲୋବିନ କମ ଥିବା ଦେଖି ଡକ୍ଟର ରକ୍ତର ଆବଶ୍ୟକତା ଥିବା ନେଇ ରୋଗୀଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ରୋଗୀଙ୍କୁ B ପଜେଟିଭ ରକ୍ତ ଆବଶ୍ୟକତା ରହିଥିଲା ସ୍ଥାନୀୟ ରକ୍ତ ଭଣ୍ଡାର ଠାରେ ଏହି ଗ୍ରୁପର ରକ୍ତ ଉପଲବ୍ଧ ନଥିବାରୁ ଅନେକ ଖୋଜା ଖୋଜି କରିବା ପରେ ଉମରକୋଟ ପୌର ଅଧକ୍ଷ ଙ୍କ ସ୍ୱାମୀ ଲମ୍ବୋଦର ମାଝୀ ଙ୍କ ରକ୍ତ B ପଜିଟିବ ହୋଇଥିବାରୁ ସମାଜ ସେବୀ ଲମ୍ବୋଦର ମାଝୀ ସ୍ୱଇଚ୍ଛାରେ ପୌର ଅଧକ୍ଷ ରାଧା ଭତ୍ରା ଓ ୱାର୍ଡ ମେମ୍ବର ମୋନଜ କୁମାର ନାୟକ, ଯୁବ ସମାଜ ସେବୀ ଅଭିଷେକ ବେହେରା ଙ୍କ ସହ ଚିକିତ୍ସାଳୟ ଆସି ରକ୍ତ ଦାନ କରିଥିଲେ। ରକ୍ତ ପାଇବା ପରେ ଭୁବନେଶ୍ବରଙ୍କ ସ୍ୱାସ୍ଥ୍ୟ ବସ୍ତା ଉନ୍ନତି ଘଟିଛି ଓ ପରିବାର ଆଶ୍ବସ୍ତି ଅନୁଭବ କରିଥିଲେ। ସମାଜ ସେବୀ ଲମ୍ବୋଦର ମାଝୀ ଙ୍କ ଏହିଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

You may have missed