May 15, 2026

ସରପଞ୍ଚଙ୍କୁ ବ୍ଲକ କନିଷ୍ଠଯନ୍ତ୍ରୀଙ୍କ ହତ୍ୟା ଧମକ ଘଟଣାକୁ ରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ/ସରପଞ୍ଚ ସଂଗଠନର ନିନ୍ଦା

IMG-20240720-WA0012
Share

 

ବ୍ରହ୍ମପୁର, 20/7 : ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ତଥା ଗଞ୍ଜାମ ଜିଲା ସରପଞ୍ଚ ସଂଘ ସଭାପତି ମନୋରଞ୍ଜନ ଗୌଡଙ୍କୁ ଦିଗପହଣ୍ଡି ବ୍ଲକ କନିଷ୍ଠଯନ୍ତ୍ରୀ ଇଂ.ସୁରେଶ କୁମାର ସେଠୀ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଜୀବନରେ ମାରିଦେବାକୁ ହତ୍ୟା ଧମକ ଘଟଣାକୁ ରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ/ସରପଞ୍ଚ ସଂଗଠନ ପକ୍ଷରୁ ନିନ୍ଦା କରିବା ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଗଠନର ରାଜ୍ୟ ସଭାପତି ରବି ରଥ ଓ ସମ୍ପାଦକ ରାଜାରାମ ଷଡ଼ଙ୍ଗୀ ଦାବି କରିଛନ୍ତି। ସଂଗଠନ ପକ୍ଷରୁ କୁହାଯାଇଛି ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଜଣେ ସରକାରୀ ଅଧିକାରୀ ଏଭଳି ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଗଞ୍ଜାମ ଜିଲା ପ୍ରଶାସନ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ମଧ୍ୟ ସଂଗଠନ ପକ୍ଷରୁ ଦାବି କରାଯାଇଛି।