May 18, 2024

ଛତ୍ରପୁର ବିଧାନସଭା ର ବିଜେପି ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ନାୟକଙ୍କ ନାମାଙ୍କନ ପତ୍ର ଦାଖଲ

Share

                        ଛତ୍ରପୁର, ୨୦।୪:ଛତ୍ରପୁର ବିଧାନସଭା ପାଇଁ ବିଜେପି ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀଭାବେ କୃଷ୍ଣ ଚନ୍ଦ୍ର ନାୟକ ଆଜି ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ଛତ୍ରପୁର ସ୍ଥିତ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରିଟର୍ଣ୍ଣି ଅଫିସର ତଥା ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତ ଙ୍କ ନିକଟରେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ସେ ସ୍ଥାନୀୟ ବିଜେପି କାର୍ଯ୍ୟାଳୟରୁ ନିଜ ସମର୍ଥକ ମାନଙ୍କ ଗହଣ ରେ ଆସି ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ଗତ 2014ନିର୍ବାଚନରେ ସେ ସିପିଆଇ ଦଳ ପକ୍ଷରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିବା ବେଳେ ଚଳିତ ନିର୍ବାଚନ ରେ ବିଜେପି ଦଳର ପ୍ରାର୍ଥୀ ଭାବେ ସେ ନିର୍ବାଚନୀ ମୈଦାନ କୁ ଓହ୍ଲାଇଛନ୍ତି l(ଅରୁଣ କୁମାର ପଣ୍ଡା )