May 18, 2024

ଭାମଶ୍ୟାଳିରେ ବିଜେଡିର ଜୋନ୍ ସ୍ତରୀୟ ସାଂଗଠନିକ ବୈଠକ

Share


ବୁଗୁଡ଼ା : ତା ୨୦/୦୪/୨୪ : ଆସିକା ଲୋକସଭା ଏବଂ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପଞ୍ଚମ ପର୍ଯ୍ୟାୟରେ ଆସନ୍ତା ମେ ୨୦ ତାରିଖ ଦିନ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଆଜି ବୁଗୁଡ଼ା ବ୍ଲକର ଭାମଶ୍ୟାଳି ଗ୍ରାମସ୍ଥିତ କାଳୀ ମନ୍ଦିର ପଡିଆରେ ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା ପରିଷଦ ଜୋନ ସ୍ତରୀୟ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ବୈଠକରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ , ଆସିକା ଲୋକସଭା ସଂସଦ ପ୍ରାର୍ଥିନୀ ରଞ୍ଜିତା ସାହୁ , ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଓ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ , ଜିଲ୍ଲା ପରିଷଦ ସଦସ୍ୟା ଚାନ୍ଦିନୀ ନାୟକ , କୃଷ୍ଣ ରା , ସିମାଞ୍ଚଳ ନନ୍ଦଙ୍କ ସମେତ ଜୋନ୍ ନଂ-୪୩ ଅନ୍ତର୍ଗତ କରସିଙ୍ଗି , କରଚୁଲି , ଭଗବାନପୁର , ତାକରଡା , ବି.କରଡ଼ାବାଡ଼ି , ବିରଞ୍ଚିପୁର , ଗୋଲିଆ ଓ ଭାମଶ୍ଯାଳି ଆଦି ୮ଟି ଗ୍ରାମ ପଞ୍ଚାୟତର ଦଳୀୟ ଜନପ୍ରତିନିଧି , କର୍ମକର୍ତ୍ତା ଓ କର୍ମୀଗଣ ଯୋଗଦାନ କରିଥିଲେ । ଏ ଅବସରରେ ଦଳୀୟ ସଂଗଠନ ସମ୍ପର୍କରେ ଆଲୋଚନା କରାଯିବା ସହ ସାଂସଦ ପ୍ରାର୍ଥିନୀ ରଞ୍ଜିତା ସାହୁ ଏବଂ ବିଧାୟକ ପ୍ରାର୍ଥୀ ଶ୍ରୀକାନ୍ତ ସାହୁଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ଲକ୍ଷ୍ୟରେ ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ଆହୁରି ଅଧିକ ମଜବୁତ୍ କରିବାକୁ ପଡିବ ବୋଲି ଆହ୍ବାନ ଦିଆଯାଇଥିଲା ।