May 18, 2024

ପ୍ରାର୍ଥୀଙ୍କ ଅନୁପସ୍ଥିତି କୁ ନେଇ ଚର୍ଚ୍ଚା ନଗର କଂଗ୍ରେସ କମିଟି ସମ୍ମିଳନି

Share

କୋରାପୁଟ ଜ଼ିଲ୍ଲା କୋଟପାଡ଼ ଠାରେ ଶୁକ୍ରବାର କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି. ଉକ୍ତ ବୈଠରେ ଦଳର ସାଂସଦ ଓ ବିଧାୟକ ପ୍ରାର୍ଥି ଙ୍କୁ ଦେଖିବାକୁ ମିଳି ନ ଥିଲା ପୌରାଧକ୍ଷ ଶ୍ରୀ ସଙ୍କର ରାଓ ବରିଷ୍ଟ ନେତା ଶ୍ରୀ ପ୍ରକାଶ ମହାନ୍ତି. ବୁଲୁ ହୋତା. କିଶୋର ଦଣ୍ଡ ସେନା. ବାପି ମାଦଳା. ଗୁପ୍ତ ମଲିକ ଭରତ ଭଣ୍ଡାରୀ କାରିଆ ଜିତେନ୍ଦ୍ର ମହାପାତ୍ର ମୋନହର ବିଶୋଇ.କୁନୁ ନାୟକ,କୁରମ ନାଥ ମାଝୀ,ଉମେଶ ଚନ୍ଦ୍ର ବ୍ରହ୍ମା ଙ୍କ ସମେତ ଅଳ୍ପ ସଂଖ୍ୟକ କର୍ମୀ ଉପସ୍ଥିତ ଥିଲେ. ସ୍ଥାନୀୟ ପ୍ରାର୍ଥୀଙ୍କୁ ଟିକଟ ଦବା ରୁ ବଞ୍ଚିତ କରିଥିବାରୁ ଏ ଥର ସହର ର ଭୋଟ ହାର କମିବାର ସମ୍ଭାବନା ରହିଥିବା ସଭା ସ୍ଥଳ ରେ ଉପସ୍ଥିତ କର୍ମୀ ମାନେ ଆଲୋଚନା କରୁ ଥିବା ଜଣା ଯାଇଛି I ଏହି ସାଧାରଣ ନିର୍ବାଚନ ରେ ଦଳୀୟ ପ୍ରାର୍ଥି ଙ୍କୁ ବିଜୟୀ କରିବା ପାଇଁ ନେତା କର୍ମୀଙ୍କୁ ପରାମର୍ଶ ପ୍ରଦାନ କରିଥିବାର ଜଣା ଯାଇଛିI (କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା )