April 30, 2026

ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ପ୍ରଶିକ୍ଷଣ ନିର୍ଭିକ ହୋଇ କାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ପର୍ଯ୍ୟବେକ୍ଷକଙ୍କ ଉପଦେଶ

ogh
Share

 

                               ଛତ୍ରପୁର ୨୦.୦୪.୨୪ ଗଞ୍ଜାମ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ଅଂଶ ଗ୍ରହଣ କରୁଥିବା ପ୍ରାର୍ଥୀ ମାନଙ୍କ ଖର୍ଚ୍ଚ କିଭଳି ତଦାରଖ କରିବେ ସେ ସମ୍ପର୍କିତ ଏକ ପ୍ରଶିକ୍ଷଣ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ଦ୍ବାରା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ନିଯୁକ୍ତ ଥିବା ସହକାରୀ ଖର୍ଚ୍ଚ ନିରୀକ୍ଷଣ ଅଧିକାରୀ ବିଭିନ୍ନ ସ୍କ୍ବାଡ୍ ଟିମ୍ ମାନଙ୍କୁ କିଭଳି ପ୍ରାର୍ଥୀ ମାନଙ୍କର ଖର୍ଚ୍ଚ ବିବରଣୀ ତଦାରଖ କରିବେ ସେ ସମ୍ପର୍କରେ ଜିଲ୍ଲା ଗସ୍ତରେ ଥିବା ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୌରଭ ଦୁବେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ୨୦- ବ୍ରହ୍ମପୁର ଲୋକସଭା ନିମନ୍ତେ ନିଯୁକ୍ତ ଥିବା ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୌରଭ ଦୁବେ ଏବଂ ୧୩୫- ଚିକିଟି ବିଧାନ ସଭା, ୧୩୩-ବ୍ରହ୍ମପୁର ବିଧାନ ସଭା, ୧୩୨- ଗୋପାଳପୁର ବିଧାନ ସଭା ଏବଂ ୧୨୭- ଛତ୍ରପୁର ବିଧାନ ସଭା ନିମନ୍ତେ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୁଶ୍ରୀ କାଞ୍ଚି ଗୁପ୍ତା, ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦିବ୍ୟ ଜ୍ଯୋତି ପରିଡା, ୨୦-ବ୍ରହ୍ମପୁର ଲୋକସଭା ରିଟର୍ଣ୍ଣିଂ ଅଧିକାରୀ ତଥା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା ବିଭିନ୍ନ ଖର୍ଚ୍ଚ ସମ୍ପର୍କିତ ତଥ୍ୟ ପ୍ରଦାନ କରି କିଭଳି ନିର୍ବାଚନଟିକୁ ଶାନ୍ତି ଶୃଙ୍ଖଳାର ସହ ଅବାଧ, ମୁକ୍ତ ନିର୍ବାଚନ ହେବ ସେ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଜନ ସାଧାରଣ ନିର୍ବାଚନ ଖର୍ଚ୍ଚ ସମ୍ପର୍କିତ କୌଣସି ତଥ୍ୟ ନିର୍ବାଚନ ପର୍ଯ୍ୟବେକ୍ଷକ ମାନଙ୍କ ଦୃଷ୍ଟିକୁ ନେବାକୁ ଚାହିଁଲେ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୌରଭ ଦୁବେଙ୍କ ଯୋଗାଯୋଗ ନମ୍ବର ୯୬୯୨୨୦୧୫୩୦ ଏବଂ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୁଶ୍ରୀ କାଞ୍ଚି ଗୁପ୍ରାଙ୍କ ଯୋଗାଯୋଗ ନମ୍ବର ୯୬୯୨୧୯୪୧୫୭ କୁ ଫୋନ୍ ନମ୍ବରରେ ଜଣାଇ ପାରିବେ । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ପରିଡା ନିର୍ବାଚନ କାର୍ଯ୍ୟ ଯେପରି ସଠିକ ଭାବେ ହୋଇପାରିବ ସେଥି ସକାଶେ ସମସ୍ତେ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ . ।

You may have missed