May 18, 2024

ବେଲଗୁଣ୍ଠା ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଜେପି ପ୍ରାର୍ଥୀ ନୀଳମଣିଙ୍କ ମାରାଥନ ପ୍ରଚାର

Share

 

ବେଲଗୁଣ୍ଠା, 20/04, ନିର୍ବାଚନକୁ ଆଉ ଠିକ୍ ମାସେ ରହିଥିବା ବେଳେ ସୋରଡ଼ା ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀ ନିଜ ପ୍ରଚାରକୁ ଜୋରଦାର୍ କରିଛନ୍ତି | ଆଜି ସେହି ସିଂହମଦ୍ଧନ ଗ୍ରାମରେ ଥିବା ମା କାଳୀ ଙ୍କୁ ପୂଜାର୍ଚ୍ଚନା କରି ପ୍ରଚାର ଆରମ୍ଭ କରିଥିଲେ | ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀ ବେଲଗୁଣ୍ଠା ବ୍ଳକର ବିଭିନ୍ନ ପଞ୍ଚାୟତର ସିଂହମଦ୍ଧନ ଗ୍ରାମରୁ ପ୍ରଚାର ଆରମ୍ଭ କରି ପାଲକଷଣ୍ଡ|, ବାଘୁଆପଲ୍ଲୀ, ଆମ୍ଭଡେ଼ଲି , କ୍ଷେତ୍ରୀୟ ବ୍ରହ୍ମପୁର, ଗୌଡ଼ସାହି, କବିରାଜପୁର, ଆମ୍ବବାଲି, ଲୁଣୀପଡ଼ା, ଵଡ଼ଦୋଡଙ୍ଗ|, ସାନଦୋଡ଼ଙ୍ଗା, ଲୁଣିପୋଡାଶାସନ, ବିଞ୍ଚିଣ|,ରାଇପଡ ଗ୍ରାମରେ ମୋଟରସାଇକେଲ୍ ଏବଂ ଖୋଲା ଜିପ୍ ରେ ଶୋଭାଯାତ୍ରା କରି ଭୋଟ୍ ଭିକ୍ଷା କରିଛନ୍ତି I ଆଜି ନୀଳମଣିଙ୍କ ସହ ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା, ପୂର୍ବତନ ସମିତିସଭ୍ୟ ଶିବରାମ ପାଢୀ,ଗୌରହରି ସ୍ୱାଇଁ, ପୂର୍ବତନ ସରପଞ୍ଚ ମହନ୍ତ ରାମକୃଷ୍ଣ ଦାଶ,ସଞ୍ଜୟ ପ୍ରଧାନ,ମଧୁସୂଦନ ପରିଡ଼ା,ରମେଶ୍ ଚନ୍ଦ୍ର ମହାନ୍ତି, କ୍ଷତ୍ରିୟବରପୁର ସରପଞ୍ଚ କମଳ କୁମାରୀ ପ୍ରଧାନ,ପାଇଲିପଡ଼ା ସମିତିସଭ୍ୟ ରବୀନ୍ଦ୍ର ପାତ୍ର, ଖଇରପୁଟି ସରପଞ୍ଚ ସତ୍ୟବାନ ସ୍ୱାଇଁ, ବଡପଡା ସମିତିସଭ୍ୟ ପୀତବାସ ସାହୁ,ମଣ୍ଡଳ ସଭାପତି ସୁରେନ୍ଦ୍ର କୁମାର ଡାକୁଆ,ବରିଷ୍ଠ ରାଜନୀତି ସମୀକ୍ଷକ କବିରାଜ ପରିଡା,ନାଏବ ସରପଞ୍ଚ ଭରତ ବିଷୋୟୀ,ସମିତିସଭ୍ୟ ପ୍ରତିନିଧି ବିନୋଦ ବେହେରା ସମାଜସେବୀ ଅର୍ଜୁନ ବିଷୋୟୀ, ଜିତେନ୍ଦ୍ର ନାୟକ ପ୍ରମୁଖ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ କହିବା ସହିତ ଆଗାମୀ ନିର୍ବାଚନରେ ପଦ୍ମ ଚିହ୍ନରେ ବହୁ ମାତ୍ରାରେ ଭୋଟ୍ ଦେଇ ନିଳମଣିଙ୍କୁ ବିଜୟୀ କରିବା ପାଇଁ ଅନୁରୋଧ କରିଥିଲେ I ଆଜି ନୀଳମଣିଙ୍କ ସହ ହଜାର ହଜାର ସମର୍ଥକ ମୋଟରସାଇକେଲ୍ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ I
(ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ ସାହୁ)