ସମ୍ବଲପୁରରେ ଅଗ୍ନିବୀର ପ୍ରଶିକ୍ଷାର୍ଥୀଙ୍କ ସହ ଭାବ ବିନିମୟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍କୁଟିରେ ବୁଲିବା ସହ ଚା’ ପିଇଲେ

yhn
Share

ସମ୍ବଲପୁର ଲୋକସଭାର ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସକାଳେ ସମ୍ବଲପୁର ସ୍ଥିତ ବୀର ସୁରେନ୍ଦ୍ର ସାଏ ମିଲିଟାରୀ ଏକାଡେମୀରେ ଅଗ୍ନିବୀର ପାଇଁ ପ୍ରଶିକ୍ଷଣ ନେଉଥିବା ଯୁବଶକ୍ତିଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟି ଭାବ ବିନିମୟ କରିଛନ୍ତି । ସେ କହିଥିଲେ ବୀର ସୁରେନ୍ଦ୍ର ସାଏଙ୍କ ପାଖରେ କେବଳ ଅଦମ୍ୟ ସାହାସ ଓ ଶାରୀରିକ ଶକ୍ତି ନଥିଲା, ତାଙ୍କ ପାଖରେ ପ୍ରଚଣ୍ଡ ରାଷ୍ଟ୍ରପ୍ରେମ ସହ ଏକ ବଡ଼ ଉଦ୍ଦେଶ୍ୟ ଥିଲା । ଦେଶରୁ ବ୍ରିଟିଶଙ୍କୁ ହଟାଇବା ଥିଲା ସୁରେନ୍ଦ୍ର ସାଏଙ୍କ ମୁଖ୍ୟ ଉଦ୍ଦେଶ୍ୟ । ସେ ଇଂରେଜମାନଙ୍କ ସହ ବୁଝାମଣା ନ କରି ସଂଗ୍ରାମ କରିଥିଲେ ଏବଂ ସହିଦ୍ ହୋଇଥିଲେ । ସୁରେନ୍ଦ୍ର ସାଏଙ୍କ ପରି ଦେଶପ୍ରେମରେ ଉଦବୁଦ୍ଧ ହେବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ ।

ସେହିପରି ସମ୍ବଲପୁରରେ ସ୍କୁଟିରେ ବୁଲିବା ସହ ସ୍ଥାନୀୟ ଜନସାଧାରଣ ଓ ବ୍ୟବସାୟୀଙ୍କୁ ଭେଟି ସେମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ । ଗୋଲବଜାର ବୈଦ୍ୟନାଥ ଛକରେ ପ୍ରମୋଦ ବାରିକଙ୍କ ଦୋକାନରେ କାର୍ଯ୍ୟକର୍ତ୍ତାଙ୍କ ସହ ଚା’ ପିଇଥିଲେ । ପ୍ରାୟ 50 ବର୍ଷର ଏହି ପୁରୁଣା ଦୋକାନରେ ଅନେକ ବନ୍ଧୁ ମାନଙ୍କୁ ଭେଟି ଖୁସିବ୍ୟକ୍ତ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ସାଧାରଣ ବ୍ୟକ୍ତିଙ୍କ ପରି କେନ୍ଦ୍ରମନ୍ତ୍ରୀ ବିଭିନ୍ନ ଦୋକାନରୁ ସାମଗ୍ରୀ କିଣାକିଣି କରିବା ସହ ଆତିଥେୟତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।
(ସମ୍ବଲପୁରରୁ ରାଜାରାମ ଷଡଙ୍ଗୀଙ୍କ ରିପୋର୍ଟ)

You may have missed