ବିଶ୍ଵ ଦରବାରରେ ଓଡ଼ିଆ ବ୍ୟଞନ ପଖାଳର ଚାହିଦା ସର୍ବଦା ଅବିସ୍ମରଣୀୟ..

ପାରଳାଖେମୁଣ୍ଡି (୨୦.୦୩.’୨୬) ଆଜି ପୂର୍ବାହ୍ଣରେ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ସ୍ଥାନୀୟ ୟୁଟେକ କମ୍ପୁଟର ଏଡୁକେଶନ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟଅତିଥି ଭାବେ ଜିଲ୍ଲା ଖଣି ଅଧିକାରୀ ଦିପେନ୍ ପରିଡ଼ା,ବିଶିଷ୍ଟ ଅତିଥିଭାବେ ପି.ପି ରାଜେଶ ମିଶ୍ର,ମୁଖବକ୍ତା ଭାବେ ବିନୋଦିନୀ କନିଷ୍ଠ ମଧ୍ୟମିକ ବିଜ୍ଞାନ ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ସେବା ନିବୃତ ଜିଲ୍ଲା ସଂସ୍କୃତି ଅଧିକାରୀ ରାମଚ଼ନ୍ଦ୍ର ପାଢୀ, ଓ ଦିନେଶ ମହାରଣା ଯୋଗ ଦେଇ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳର ମହାତ୍ମ ସମ୍ପର୍କରେ ଆଲୋଚନା କରିଥିଲେ। ସଭାପତି ଭାବେ ଲୋକନାଥ ମିଶ୍ର ଏବଂ କାର୍ଯ୍ୟକ୍ରମର ସଂଯୋଜକ ଭାବେ ପ୍ରଗତିର ଉପଦେଷ୍ଟା ତଥା
ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଯୋଗ ଦେଇ ପଖାଳର ବହୁମୁଖୀ ତାତ୍ତ୍ଵିକ ଗୁଣର ଆଲୋଚନା କରିଥିଲେ । ପ୍ରଗତିର ସମ୍ପାଦିକା ତନୁଜା ଶତପଥୀ କାର୍ଯ୍ୟକ୍ରମର ପ୍ରାକ୍ ସୂଚ଼ନା ଦେଇଥିଲେ। ସ୍ନେହା ବେହେରା ଅତିଥି ଆହ୍ବାନ ଏବଂ ପରିଚୟ ପ୍ରଦାନ କରିଥିବାବେଳେ , ମୁରଲୀଧର ପରିଛା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଓଡ଼ିଆଙ୍କର ପସନ୍ଦରପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତାର ବିଜୟୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ଇତିଶ୍ରୀ ମହାପାତ୍ର, ପ୍ରଜ୍ଞାସା ମହାପାତ୍ର, ଶୁଭଶ୍ରୀ ଭୁକ୍ତା, ଡାକ୍ତର ମୁର୍ମୁ,ଭାଗବତ ପାଢ଼ୀ, ପ୍ରଦୀପ ଜେନ୍ନା, ଚ଼ଣ୍ଡି ପ୍ରସନ୍ନ ନାୟକ, ମାନସୀ ପଣ୍ଡା, ପ୍ରଫୁଲ୍ଲା ବେବର୍ତ୍ତା, ରାଜେଶ୍ୱରୀ ସ୍ୱାଇଁ ପ୍ରିୟା ପ୍ରଧାନ ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା, କରିଥିଲେ l ବିଶ୍ଵ ଚ଼ଟିଆ ଦିବସ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ ।
