ମୋହନା ବ୍ଲକ ବାମସେଫ କର୍ମ କର୍ତ୍ତା ଗଠନ..
ମୋହନା(ଜୁନେସ ଶବର)ଗଜପତି ଜିଲ୍ଲା ମୋହନା ବ୍ଲକର ବାମସେଫ ସଂଗଠନ ର କର୍ମକର୍ତ୍ତା ଚୟନ ହୋଇ ସାରିଛି। ଏହି ଚୟନ କମିଟି ରେ ସଭାପତି ଭାବେ କରୁଣା କର ଭୂୟାଁଙ୍କ ମନୋନୀତ ହୋଇଥିବା ବେଳେ ବିଭିନ୍ନ ପଞ୍ଚାୟତ ର ମୁଖ୍ୟ ଭାବେ ଦୁଃଶାସନ ପ୍ରଧାନ,ଭୀମ ମଲ୍ଲିକ,କାର୍ତ୍ତିକ ଶବର,ରଞ୍ଜନ ବଳିୟାରସିଂ,ପିଣ୍ଟୁ ପ୍ରଧାନ,ସୁଶୀଳା ନାୟକ,ଅଞ୍ଜଳି ମାଳ ବିଷୋୟୀ,ପ୍ରଦୀପ ମାଳ ବିଷୋୟୀ,ଇସାକ ବିଷୋୟୀ ପ୍ରମୁଖ ପଞ୍ଚାୟତ ମୁଖିଆ ରୂପେ ମନୋନୀତ ହେବା ସହ ସଂଗଠନ ଦୃଢ଼ କରିବା ନିମନ୍ତେ କାର୍ଯ୍ୟ କରିବେ ବୋଲି ଜଣାପଡିଛି। ଏହି ସଂଗଠନ ମୋହନା
ହାଇସ୍କୁଲ ଛକ ଠାରୁ ଏକ ବିରାଟ ପଟୁଆରରେ ବିଭିନ୍ନ ସ୍ଲୋଗାନ ଦେଇ ତହସିଲଦାର ଙ୍କ ନିକଟରେ ପହଞ୍ଚି ଦାବୀ ପତ୍ର ଦେଇ ଦାବୀ ଗୁଡିକ ପୂରଣ କରିବା ନିମନ୍ତେ ଅନୁରୋଧ କରିଥିଲେ।
