April 27, 2026

ମୋହନା ବିଧାୟକ ଦାଶରଥି ଗମାଙ୍ଗ ଙ୍କ ସପକ୍ଷରେ ସ୍ଥାନୀୟ କଂଗ୍ରେସ କର୍ମୀ ଙ୍କ ସାମ୍ବାଦିକ ସମ୍ମିଳନୀ …

IMG-20260320-WA0020
Share

ମୋହନା(ଜୁନେସ ଶବର)ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ ଚଳିତ ମାସ ୧୬ ତାରିଖ ଦିନ ହୋଇଥିବା ରାଜ୍ୟସଭା ନିର୍ବାଚନ ରେ ଦଳୀୟ ନିର୍ଦ୍ଧେଶ ନ ମାନି ସ୍ୱାଧୀନ ପାର୍ଥି ଦିଲ୍ଲୀପ ରାୟ ଙ୍କୁ ଭୋଟ ଦେଇ ନିଲମ୍ବିତ ହୋଇଥିବା ସଙ୍ଗେ କେତେକ ସ୍ୱାର୍ଥପର ଲୋକ ଯେଉଁମାନେ ଦାଶରଥି ଗମାଙ୍ଗ ଙ୍କୁ ବିଗତ ଦିନ ଗୁଡିକରେ ବିରୋଧ କରୁଥିଲେ ସେହି ଲୋକ ମାନେ ବିଭିନ୍ନ ନାରାବାଜି କରି କୁଶପୁତ୍ତଳିକା ଦାହ କରିଥିଲେ ତାହାର ପ୍ରତିବାଦରେ ଆଜି ବ୍ଲକ କଂଗ୍ରେସ କମିଟି ସଭାପତି ରମେଶ ବିଷୋୟୀ ଙ୍କ ନେତୃତ୍ୱରେ ବ୍ଲକ ର ବିଭିନ୍ନ ପଞ୍ଚାୟତରୁ ଆସିଥିବା କଂଗ୍ରେସ କର୍ମୀ ଏବଂ ଦାୟିତ୍ୱ ରେ ଥିବା କଂଗ୍ରେସ ନେତା ମିଳିତ ଭାବେ ଏକ ସାମ୍ବାଦିକ ସମ୍ମିଳନୀ କରି ଦାଶରଥି ଗମାଙ୍ଗ ଙ୍କ ସପକ୍ଷରେ ନିଜ ନିଜ ମତ ରଖିଥିଲେ।ସ୍ଥାନୀୟ ନେତା ମାନେ ପ୍ରକାଶ କରିଥିଲେ କି ମାନ୍ୟବର ବିଧାୟକ ଦାଶରଥି ଗମାଙ୍ଗ ଦୁଇ ଦୁଇ ଥର ବିଧାୟକ ହେବା ସହ ଜିଲ୍ଲା ରେ କଂଗ୍ରେସ କର୍ମୀଙ୍କୁ ଏକତ୍ରିତ କରି ଦଳ କୁ ବଞ୍ଚାଇ ରଖିଛନ୍ତି। ସେ ଆଗାମୀ ଦିନରେ ମଧ୍ୟ ବିଧାୟକ ହେବେ ନିଶ୍ଚୟ କାହିଁ କି ନା ମାନ୍ୟବର ବିଧାୟକ ନିର୍ବାଚନ ମଣ୍ଡଳୀ ଲୋକଙ୍କ ସହ ଅଛନ୍ତି ଏବଂ ଲୋକଙ୍କ ଦୁଃଖ ସୁଖରେ ସବୁ ସମୟରେ ରହିଛନ୍ତି। ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଦାଶ ମହାଶୟ ବିଧାୟକ ଦାଶରଥି ଗମାଙ୍ଗ ଙ୍କୁ ଯେଉଁ ନିଲମ୍ବନ କରିଛନ୍ତି ତାହାକୁ ପ୍ରତ୍ୟାହାର କରିବା ନିମନ୍ତେ ଅନୁରୋଧ କରିଛନ୍ତି ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ।