ଗଞ୍ଜେଇ ଦମନରେ ଉଲ୍ଲେଖନିୟ କାର୍ଯ୍ୟ ପାଇଁ ଚାରି ଜଣ ପୋଲିସ ଅଧିକାରୀଙ୍କୁ ମିଳିଲା ମାନପତ୍ର..
ମୋହନା( ଗଣେଶ ବିଷୋୟୀ ) ଗଜପତି ଜିଲ୍ଲା ହେଉଛି ଏକ ଆଦିବାସୀ ପ୍ରବଣ ଅଞ୍ଚଳ l ଯାହାର ଫାଇଦା ନେଇ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କର ଏଠାରେ ପାଦୁର୍ଭାବ ବଢୁଛି l ନିରୀହ ଆଦିବାସୀ ମାନଙ୍କୁ ପ୍ରଲୋଭନ ଦେଖାଇ ଏହି ମାଫିଆ ମାନେ ଗଞ୍ଜେଇ ଚାଷ କରିବା ପାଇଁ ସହଯୋଗ କରୁଛନ୍ତି l ଯାହା ଫଳରେ ଏଠାକାର ନିରୀହ ଲୋକମାନେ ପଥଭ୍ରଷ୍ଟ ହୋଇ ଗଞ୍ଜେଇ ଚାଷ ପ୍ରତି ଆକୃଷ୍ଟ ହେଉଛନ୍ତି l ଏଭଳି ପରିସ୍ଥିତିରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ କିଛିବର୍ଷ ପୂର୍ବେ ଅପରେସନ ଗ୍ରୀନ କ୍ଲିନ ମାଧ୍ୟମରେ ଗଞ୍ଜେଇ ଚାଷକୁ ଦମନ କରିବାପାଇଁ ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ସଚେତନ କରାଇଥିଲେ l ଏବଂ ବିଭିନ୍ନ ନାକା ପଇଣ୍ଟ ମାନଙ୍କରେ ପୋଲିସ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ କରିବା ସହ ବିଭିନ୍ନ ସମୟରେ ଗଞ୍ଜେଇ ମାଫିଆ ମାନଙ୍କୁ ଜେଲକୁ ପଠାଇଛି l ୨୦୨୫ ମସିହାରେ ଗଜପତି ଜିଲ୍ଲାରେ ଜିଲ୍ଲା ପୋଲିସ ପକ୍ଷରୁ ପ୍ରାୟ ୭୫୦ ଏକର ଜମିରେ ଚାଷକରାଯାଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୬୮ କ୍ୟୁଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ ଜବତ କରାଯାଇଛି l ଗଞ୍ଜେଇ ଚାଷକୁ ଦମନ କରିବାରେ ଆର.ଉଦୟଗିରି ଓ ମୋହନା ଥାନାର ୪ ଜଣ ପୋଲିସ ଅଧିକାରୀଙ୍କ ଉଲ୍ଲେଖନୀୟ ଅବଦାନ ରହିଛି l ସେମାନେ ହେଉଛନ୍ତି ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ସୁନୀଲ ସେଠୀ, ଆର.ଉଦୟଗିରି ଥାନାର ଏସ ଆଇ ସ୍ୱପ୍ନାରାଣୀ ବେହେରା ଓ ସନ୍ଦୀପ ହେମ୍ବ୍ରମ, ମୋହନା ଥାନା ଏସ ଆଇ ପଙ୍କଜ ଦାସ l ଆଜି ସେହି ଚାରି ଜଣଙ୍କୁ ଭୁବନେଶ୍ୱର ପୋଲିସ ଭବନ ଠାରେ ଆଜି ଦିନ ୧୦ ଘଣ୍ଟା ସମୟରେ ପୋଲିସ
ମହାନିର୍ଦ୍ଧେଶକ ଯୋଗେସ ବାହାଦୁର ଖୁରାନୀୟା ମାନପତ୍ର ପ୍ରଦାନ କରିଛନ୍ତି l ଯାହାକୁ ନେଇ ସମସ୍ତ ଅଧକାରୀଙ୍କୁ ଗଜପତି ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି l
