April 27, 2026

ପୁରୀରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ମହାଡ଼ମ୍ବରରେ ପାଳିତ ହୋଇଯାଇଛି

IMG-20260320-WA0015
Share

 

ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସମିତି, ପଥୁରିଆ ସାହି ଆନୁକୂଲ୍ୟରେ ଶ୍ରୀମନ୍ଦିର ସମ୍ମୁଖରେ ସମସ୍ତ କାର୍ଯ୍ୟକର୍ତା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ଏବଂ ବିବିଧ କ୍ଷେତ୍ରର କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ସାମୁହିକ ଦୀପଦାନ ଅନୁଷ୍ଠିତ ହେବାପରେ ବିରାଟ ଧାର୍ମିକ ଶୋଭାଯାତ୍ରା ପୁରୀ ଟାଉନଥାନା ଠାରୁ ପୌରସଦନ ଅଭିମୁଖେ ବାହାରିଥିଲା l ଏହି ଶୋଭାଯାତ୍ରା ରେ ଆଦିତ୍ୟ ବାହିନୀ, ଭାରତ ବିକାଶ ପରିଷଦ, ପ୍ରଜାପିତା ବ୍ରହ୍ମକୁମାରୀ, ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ରାଷ୍ଟ୍ରୀୟ ସେବିକା ସମିତି, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ସ୍ବଦେଶୀ ଜାଗରଣ ମଞ୍ଚ, ଗାୟତ୍ରୀ ପରିବାର, ଯୋଗକେନ୍ଦ୍ର, ଜୟ ଜଗନ୍ନାଥ ସାମାଜିକ କଲ୍ୟାଣ ସଂଗଠନ, ବିଭିନ୍ନ ଧାର୍ମିକ ଅନୁଷ୍ଠାନ ମଠ, ସାହି ଆଖଡ଼ା ଅନୁଷ୍ଠାନ, ବିଭିନ୍ନ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଏବଂ ସଂକୀର୍ତନ ମଣ୍ଡଳୀ ଓ ପୁରୀ ସହରର ସମସ୍ତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ଏହି ଶୋଭାଯାତ୍ରା ରେ ଅଂଶଗ୍ରହଣ କରିଥିଲେ l ଏହି ଶୋଭାଯାତ୍ରା ପୌରସଦନ ରେ ପହଞ୍ଚିବାପରେ ସଭାକାର୍ଯ୍ୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କାର୍ଯ୍ୟକର୍ତ୍ତା ରାଜକିଶୋର ସାହୁ, ବାମଦେବ ନାୟକ, ସର୍ବେଶ୍ୱର ବିଶୋଇ, ବିଭିନ୍ନ ମଠ ମହନ୍ତ ମାନେ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ସଭାପତି ମହାବୀର ରୁଦ୍ରନାରାୟଣ ଙ୍କ ଅଧକ୍ଷତାରେ ସମ୍ପାଦକ ଅରବିନ୍ଦ ଶତପଥୀ ବାର୍ଷିକ ବିବରଣୀ ପାଠ କରିବା ସହିତ ରାଷ୍ଟ୍ରୀୟ ନବବର୍ଷ ପାଳନର ଆଭିମୁଖ୍ୟ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l ଅଭ୍ୟର୍ଥନା ସମିତି ର ଅଧକ୍ଷ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ରାଷ୍ଟ୍ରଦୀପ ର ପ୍ରାକ୍ତନ ସମ୍ପାଦକ ଜଗନ୍ନାଥ ମିଶ୍ର, ସୁଶାନ୍ତ କୁମାର ପରିଡା, ପ୍ରଫେସର ପ୍ରଭାତ କୁମାର ମହାପାତ୍ର, ବ୍ରହ୍ମାନନ୍ଦ ପଣ୍ଡା, ରାଜୀବ ଶେଖର ସାହୁ ପ୍ରମୁଖ ମଞ୍ଚାସିନ ହୋଇ ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ଶେଷରେ ଅନୁଷ୍ଠାନ ର ଯୁଗ୍ମ ସମ୍ପାଦକ ରଞ୍ଜନ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l