April 26, 2026

ପାରାଦୀପ ବନ୍ଦର ଡିଏଲଆର ସଂଘର ସାଧାରଣ ସଭା : ନ୍ୟାର୍ଯ୍ୟ ହକ ପାଇଁ ଏକାଠି ହେବାକୁ ଶ୍ରମିକ ନେତାଙ୍କ ଆହ୍ୱାନ

IMG-20260320-WA0018
Share

 

ପାରାଦୀପ ପୋର୍ଟ ଡିଏଲଆର ଆଣ୍ଡ କଣ୍ଟ୍ରାକ୍ଟ ୱାର୍କମେନ ଆସୋସିଏସନ ର ଏକ ସାଧାରଣ ସଭା ପାରାଦୀପ ବନ୍ଦରର ବିଜୁ ସମ୍ମିଳନୀ ପରିସର ସ୍ଥିତ ନୂତନ କଲ୍ୟାଣ ମଣ୍ଡପ ଠାରେ ବୁଧବାର ସନ୍ଧ୍ୟାରେ ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ପ୍ରକାଶ ତ୍ରିପାଠୀ,ସାଧାରଣ ସମ୍ପାଦକ ପରେଶ ମୁର୍ମୁ,କାର୍ଯ୍ୟକାରୀ ସଭାପତି ଅଭିମନ୍ୟୁ ବେହେରା, ଉପସଭାପତି ସୁବ୍ରତ ପ୍ରଧାନ ପ୍ରମୁଖ ଯୋଗଦେଇ ଅବହେଳିତ ପାରାଦୀପ ବନ୍ଦର ଠିକା କର୍ମଚାରୀ ବା ଡିଏଲଆର ମାନଙ୍କ ନ୍ୟାର୍ଯ୍ୟ ହକ ପାଇଁ ସମସ୍ତେ ଏକଜୁଟ ହେବାକୁ ଆହ୍ୱାନ ଦେଇଥିଲେ l ଅତୀତରେ କିଛି ନେତୃତ୍ୱ ଙ୍କ ଅବହେଳା ପାଇଁ ଆଜି ଡିଏଲଆର ମାନେ ସେମାନଙ୍କ ନ୍ୟାର୍ଯ୍ୟ ପ୍ରାପ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ଶ୍ରୀ ତ୍ରିପାଠୀ କ୍ଷୋଭ ର ସହ କହିଥିଲେ l ପାରାଦୀପ ବନ୍ଦରର ରେଗୁଲାର କର୍ମଚାରୀ ଅବସର ପରେ ୫ବର୍ଷ ପାଇଁ ଚାକିରୀ ବୃଦ୍ଧି କରାଯାଉଥିଲା ବେଳେ ଡିଏଲଆର ମାନେ ଅବସର ପରେ ଚାକିରୀ ବୃଦ୍ଧି ରୁ ବଞ୍ଚିତ ହେଉଛନ୍ତି l ସେଥିପାଇଁ ଡିଏଲଆର ଭାଇ ଓ ଭଉଣୀ ମାନେ ନିଜ ନିଜ ଭିତରେ ରାଗ ରୋଷ ଭୁଲି ସମସ୍ତେ ନିଜର ସ୍ୱାର୍ଥ ପାଇଁ ଏକାଠି ହେବା ଉପରେ ସଭାପତି ଶ୍ରୀ ତ୍ରିପାଠୀ ଗୁରୁତ୍ୱାରୋପ କରିଥିଲେ l ସଂଘର ନୂତନ ନେତୃତ୍ୱ ଡିଏଲଆର ମାନଙ୍କ ସ୍ୱାର୍ଥ ପାଇଁ ତାର ସଂଗ୍ରାମକୁ ଜୋରଦାର କରିବ ବୋଲି ଶ୍ରମିକ ନେତା ମାନେ ଦୃଢୋକ୍ତିର ସହ ନିଜ ନିଜ ବକ୍ତବ୍ୟରେ କହିଥିଲେ l ଏହି କାର୍ଯ୍ୟକ୍ରମରେ ସଦସ୍ୟ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ଧନେଶ୍ୱର ସାହୁ, ପ୍ରମୋଦ କୁମାର ମାଣିକ, ସୁରେନ୍ଦ୍ର କୁମାର ରାଉତ, ନରେଶ ସାହୁ, ସୁରେନ୍ଦ୍ର ନାଥ ବେହେରା ଙ୍କ ସମେତ ସମସ୍ତ ସଦସ୍ୟ ମାନେ ସକ୍ରିୟ ସହଯୋଗ କରିଥିଲେ l ଏହି ସଭାରେ ଶତାଧିକ ଡିଏଲଆର ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ଥିଲେ l। (ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )