July 25, 2026

ଅନୁକୁଣ୍ଡା ଗୁଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ 

IMG-20260120-WA0039
Share

 

ପାରଳାଖେମୁଣ୍ଡି:୨୦ /୧ (ଗରୁଡ ଧ୍ଵଜ ଚୌଧୁରୀ) ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଅନୁକୁଣ୍ଡା ଗୁଡ଼ା ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଜିଲ୍ଲା ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ମୁଖ୍ୟ ସଚିଦାନନ୍ଦ ପୁଷ୍ଟି ମୁଖ୍ୟ ଅତିଥିଭାବେ ଯୋଗଦେଥିବା ବେଳେ ମୁଖ୍ୟ ବକ୍ତା ଭାବେ ରମେଶ ଚନ୍ଦ୍ର ଦାସ ଜିଲ୍ଲା ଶିକ୍ଷା ନିରୀକ୍ଷକ ଦେଇଥିଲେ। ବିଦ୍ୟଳୟର ପ୍ରଧାନ ଶିକ୍ଷୟିତ୍ରୀ ସନି ବଡ଼ ମୁଣ୍ଡି ବିବରଣୀ ପାଠ କରି ଶୁଣାଇଥିଲେ। ମୁଖ୍ୟ ଅତିଥି ଶ୍ରୀ ପୁଷ୍ଟି ଏହି ବାର୍ଷିକ ଉତ୍ସବର ଉଦ୍ୟେଶ ଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ସହିତ ନିଜର ଲୁକାୟିତ କଳାକୁ ପ୍ରଦର୍ଶନ କରିବା ଉପରେ ଗୁରୁତ୍ୱ ଦେବାକୁ ନିଜର ଅଭିଭାଷଣରେ କହିଥିଲେ ସେହିପ୍ରକାର ଭାବରେ ଜିଲ୍ଲା ଶିକ୍ଷା ନିରୀକ୍ଷକ ଶ୍ରୀ ଦାସ ଛାତ୍ରୀ ମାନଙ୍କୁ ଶିକ୍ଷା ଓ ଦକ୍ଷତାର ବିକାଶ ନିମନ୍ତେ ସରକାର ବୋହୁ ବିକାଶ ମୂଳକ ଯୋଜନାମାନ କରୁଛନ୍ତି ତେଣୁ ସମସ୍ତ ଛାତ୍ରୀ ମାନେ ଏହି ସମସ୍ତ ଯୋଜନାର ଲାଭ ଉଠାଇବାପାଇଁ ଭଲ ପାଠ ପଢିବାକୁ କହିଥିଲେ। ଏହି ବାର୍ଷିକ ଉତ୍ସବରେ ଗୁମ୍ମା ବ୍ଲକ ମଙ୍ଗଳ ଅଧିକାରୀ ମନୋଜ କୁମାର ସାହୁ , ବିଦ୍ୟାଳୟ ସଭାପତି ଦାଉଦ ମଣ୍ଡଳ, ସି ଆର ସି ସି ସଞ୍ଜିବ ପାଣି, ସରପଞ୍ଚ ଏଡ଼େଙ୍ଗା ଶବର ଉପସ୍ଥିତ ଥିଲେ। ଏହି ଉତ୍ସବରେ ଛାତ୍ରୀମାନେ ବିଭିନ୍ନ ଏହି କାର୍ଯ୍ୟକ୍ରମ କୁ ପ୍ରଧାନ ଶିକ୍ଷୟିତ୍ରୀ ସନି ବଡ଼ ମୁଣ୍ଡି ପରିଚାଳନା କରିଥିବାବେଳେ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଓ ଛାତ୍ରୀ ମାନେ ସହଯୋଗ କରିଥିଲେ।।

You may have missed