April 24, 2026

ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକର ସରକାରୀ ଡିଗ୍ରୀ କଲେଜ ଲକ୍ଷ୍ୟ ଠାରୁ ବହୁ ଦୂରରେ…. ଚଳିତ ବର୍ଷ ଜଣେ ବି ଛାତ୍ରଛାତ୍ରୀ କଲେଜରେ ନାମ ଲେଖାଇଲେ ନାହିଁ 

IMG-20260120-WA0037
Share

 

ପାରଳାଖେମୁଣ୍ଡି:୨୦/୧(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ମହକୁମାରେ ଥିବା ସରକାରୀ ଡ଼ିଗ୍ରୀ କଲେଜ ସ୍ଥାପନ ମୂଳ ଲକ୍ଷ୍ୟ ଠାରୁ ବହୁ ଦୂରରେ ପ୍ରତିଷ୍ଠା କରାଯାଇଥିବା ଯୋଗୁଁ ଚଳିତବର୍ଷ (୨୦୨୫-୨୬) ଜଣେ ହେଲେ ଛାତ୍ରଛାତ୍ରୀ ନାମ ଲେଖାଇ ନାହାନ୍ତି I ଏହି କଲେଜରେ ମୋଟ ୯୬ ଗୋଟି ସିଟ୍ ରହିଛି। ହେଲେ ୨୦୨୪-୨୫ ବର୍ଷରେ ମାତ୍ର ଜଣେ ବିଦ୍ୟାର୍ଥୀ ନାମ ଲେଖାଇ ଥିବାବେଳେ ଚଳିତବର୍ଷ ଜଣେ ମଧ୍ୟ ନାମ ଲେଖାଇ ନଥିବା ଏବେ ଚିନ୍ତାର ବିଷୟ ପାଲଟିଛି। ଗୁମ୍ମା ଅଞ୍ଚଳବାସୀଙ୍କ ଅନୁରୋଧ କ୍ରମେ ତକ୍ରାଳୀନ ସରକାର ୨୦୨୪ରେ ଗୁମ୍ମାରେ ଡ଼ିଗ୍ରୀ କଲେଜ ଅନୁମୋଦନ କରିଥିଲେ। ଗ୍ରାମାଞ୍ଚଳରେ ଥିବା ଛାତ୍ରଛାତ୍ରୀ ନିଜ ଗ୍ରାମରେ ରହି ଉଚ୍ଚ ଶିକ୍ଷା ଗ୍ରହଣ କରିବା ଦ୍ବାରା ସେମାନଙ୍କ ପରିବାର ଉପରେ ଆର୍ଥିକ ବୋଝ କମିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ଯାତାଯତ ସମସ୍ୟା କମିବ ଏବଂ ଛାତ୍ରଛାତ୍ରୀ ନିଜ ଗ୍ରାମରେ ରହି ଉଚ୍ଚ ଶିକ୍ଷା ଲାଭ କରିପାରିବେ. ଏହାଦ୍ୱାରା ଏହି ଅଞ୍ଚଳରେ କଲେଜ ଶିକ୍ଷାର ବିକାଶ ହେବା ସହ ସେଠାକାର ଛାତ୍ରଛାତ୍ରୀମାନେ ଶିକ୍ଷାର ନିକଟତର ହେବେ ବୋଲି ଗୁମ୍ମାରେ ଏହି କଲେଜକୁ ସରକାର ପ୍ରତିଷ୍ଠା କରିଥିଲେ. କିନ୍ତୁ ଉକ୍ତ କଲେଜକୁ କିଛି କୁଚକ୍ରି ବ୍ୟକ୍ତି ନିଜ ସ୍ବାର୍ଥ ସାଧନ ପାଇଁ ଠିକ ଜାଗାରେ କଲେଜ ସ୍ଥାପନ କରିବା ପରିବର୍ତ୍ତେ ଗୁମ୍ମା ସଦର ମହକୁମାର ଅସୁରକ୍ଷିତ ଓ ନିଛାଟିଆ ମାର୍କେଟ କଲକ୍ସରେ ସ୍ଥାପନ କରିଥିବା ଅଞ୍ଚଳରେ କଲେଜ ପ୍ରତିଷ୍ଠା କରାଯାଇଥିବା ଯୋଗୁଁ କୌଣସି ବିଦ୍ୟାର୍ଥୀ ଉକ୍ତ କଲେଜରେ ନାମ ଲେଖାଇବାକୁ ଅମଙ୍ଗ ହେଉଛନ୍ତି | ଗୁମ୍ମା ସଦର ମହକୁମାର ଉଚିତ ସ୍ଥାନରେ ଉକ୍ତ ଡ଼ିଗ୍ରୀ କଲେଜ ସ୍ଥାନାନ୍ତର ପାଇଁ ଛାତ୍ରଛାତ୍ରୀ, ଅଭିଭାବକ ଓ ବୁଦ୍ଧିଜୀବୀ ଦାବି କରିଛନ୍ତି। ଘଟଣା ନଇଁ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡା ସମ୍ପୃକ୍ତ କଲେଜର ଅଧ୍ୟକ୍ଷା ସୁଜାତା ଗମାଙ୍ଗଙ୍କୁ ପଚାରିବାରେ ସେ କହିଛନ୍ତି, ଗୋଟିଏ ଛୋଟ ଗୃହରେ କଲେଜ ଚାଲିବା କଷ୍ଟକର. ଏଥିସହ କଲେଜ ରହିଥିବା ଅଞ୍ଚଳଟି ନିଛାଟିଆ ରହିଥିବା ଯୋଗୁଁ ଅଭିଭାବକ ଓ ଛାତ୍ରଛାତ୍ରୀ ସୁରକ୍ଷିତ ନ ଥିବା ଯୋଗୁଁ ଏହି କଲେଜରେ ନାମ ଲେଖାଉ ନାହଁନ୍ତି. ଉପଯୁକ୍ତ ସ୍ଥାନର କଲେଜ ଖୋଲାଯାଏ ତାହାଲେ ନିଶ୍ଚିତ ଭାବେ ଶତ ପ୍ରତିଶତ ଛାତ୍ରଛାତ୍ରୀ ଏହି କଲେଜରେ ପାଠ ପଢିବା ପାଇଁ ଆଗ୍ରହ ପ୍ରକାଶ କରିବେ.

You may have missed