March 7, 2026

ଗଜପତି ଜିଲ୍ଲାରେ କଳା ବ୍ୟାଜ ପିନ୍ଧି ୪ ଦଫା ଦାବିକୁ ନେଇ ପ୍ରାଣୀ ଚିକିତ୍ସକ ଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ…

hgfh
Share

ପାରଳାଖେମୁଣ୍ଡି: ୪ ଦଫା ଦାବି ନେଇ ରାଜ୍ୟବ୍ୟାପୀ ପ୍ରାଣୀ ଚିକିତ୍ସକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟରେ ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସାକମାନେ କଳା ବ୍ୟାଜ ପିନ୍ଧି ଶାନ୍ତି ପୂର୍ଣ୍ଣ ଭାବେ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।ଦୀର୍ଘ ବର୍ଷ ଧରି ବିନା ପଦୋନ୍ନତିରେ ତିନି ଗୁଣ କାର୍ଯ୍ୟ ଭାର ବହନ କରି ନିଜର ସେବା ଜାରି ରଖିଥିବା ଓଡ଼ିଶାର ପ୍ରାଣୀ ଚିକିତ୍ସକ ମାନେ ଦୀର୍ଘ ଦିନ ଧରି ସରକାରଙ୍କ ନିକଟରେ ଦାବି କଲେ ମଧ୍ୟ ଦାବି ପୂରଣ ହେଉନଥିବାରୁ ସମୁହ ଛୁଟିରେ ରହି କଳା ବ୍ୟାଜ ପିନ୍ଧି ଶାନ୍ତି ପୂର୍ଣ୍ଣ ଭାବେ ଆନ୍ଦୋଳନ କରିଛନ୍ତି। ସେମାନଙ୍କ ଦାବି ଗୁଡିକ ହେଲା ପ୍ରାଣୀଚିକିତ୍ସା ସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣ ୨୪ଘଣ୍ଟା ସେବା ବ୍ୟବସ୍ଥା, ବିଶେଷଜ୍ଞ ସେବା ବ୍ୟବସ୍ଥା,ଜଟିଳ ରୋଗାକ୍ରାନ୍ତ ପ୍ରାଣୀମାନଙ୍କ ସ୍ଥାନାନ୍ତରଣ ସୁବିଧା,ନିଶୁଳ୍କ ସେବା,ଦ୍ୱିତୀୟ ଦାବି,ଓଡ଼ିଶାର ପ୍ରାଣୀ ଚିକିତ୍ସକମାନଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକ ମାନଙ୍କ ସହ ସମାନ ପଦୋନ୍ନତି ଡି ଏ ସି ପି ସୁବିଧା,ଓଡ଼ିଶାର ପ୍ରାଣୀ ଚିକିତ୍ସକ ମାନଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକ ମାନଙ୍କ ହାରରେ ଏନ ପି ଏ, ରାଜ୍ୟରେ ପ୍ରାଣୀ ଗଣନା ଓ ଜନସାଧାରଣ ଆବଶ୍ୟକତା ଆଧାରରେ ଡାକ୍ତର ପଦଵୀ ସୃଷ୍ଟି, ଡାକ୍ତର ନିର୍ଯୁକ୍ତି ଓ କ୍ୟାଡର ପୁନର୍ଗଠନ କରିବା ଏହି 4ଦଫା ଦାବୀ ପୂରଣ ନ ହେବା ଯାଏଁ କାମରେ ଯୋଗଦେବେ ନାହିଁ ବୋଲି ପ୍ରାଣୀ ଚିକିତ୍ସା ସେବା ସଂଘ ପକ୍ଷରୁ ଜଣା ପଡ଼ିଛି। ପୂର୍ବରୁ ଏନେଇ ପ୍ରାଣୀ ଚିକିତ୍ସା ସେବା ସଂଘ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ମନ୍ତ୍ରୀ ଲିଖିତ ଭାବେ ଦାବୀ ଉପସ୍ଥାପନ କରିଥିଲେ ସୁଦ୍ଧା ଦାବି ପୂରଣ ହେଉନ ଥିବାରୁ ପୁଣି କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ସଂଘ ଓହ୍ଲାଇଛି ବୋଲି ଜିଲ୍ଲା ପ୍ରାଣୀ ଚିକିତ୍ସା ସେବା ସଂଘର ସଭାପତି ଡାକ୍ତର ରମାକାନ୍ତ ରାଣା,ସଂଯୋଜକ ଡାକ୍ତର ବି. ସାଇ ସନ୍ଦୀପ ଓ ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।(ଗରୁଡ଼ ଧ୍ଵଜ ଚୌଧୁରୀ)