June 13, 2026

ବହଲ ପାଲି ଠାରେ ରକ୍ତ ଦାନ ଶିବିର ୪୩ୟୁନିଟ ରକ୍ତ ସଂଗୃହୀତ……

IMG-20251019-WA0029
Share

 

ତା-୧୯-୧୦-୨୦୨୫ରିଖ (ରବିବାର)
ଉତ୍କଟ ରକ୍ତ ଅଭାବ କୁ କିଛି କାଂଶ ରେ ଦୂର କରିବା ପାଇଁ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ବହଲପାଲି ଗ୍ରାମ ର ବିଜୟ କ୍ଲବ ଓ ନିଷ୍ଠା ପରିବାର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ବହଲ ପାଲି ସ୍କୁଲ ର ପ୍ରଧାନ ଶିକ୍ଷକ ବାଲକୃଷ୍ଣ ପଣ୍ଡା ଯୋଗ ଦେଇ ଥିବା ବେଳେ ନିମନ୍ତ୍ରିତ ଅତିଥି ଭାବରେ ନିଷ୍ଠା ପରିବାର ର ଉପଦେଷ୍ଟା ଶ୍ରୀ କ୍ଷୀରୋଦ୍ର ସାହୁ ଓ ସଭାପତି ଶ୍ରୀ ଅଶ୍ୱିନୀ ତ୍ରିପାଠୀ ଯୋଗଦେଇ ଆନୁଷ୍ଠାନିକ ଭାବରେ ଶିବିର ର ଶୁଭାରମ୍ଭ କରିଥିଲେ।ଏହି ଶିବିର ରୁ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ #୪୩ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଏହି ଶିବିର କୁ ବିଜୟ କ୍ଲବ ର ସଭାପତି ମାନଭଞ୍ଜନ ସାହୁ ସମ୍ପାଦକ ସୁବ୍ରତ ପଧାନ,ଉମାକାନ୍ତ ସାହୁ, ସୁଧୀର ପଧାନ,ଯୋଗେଶ୍ୱର ରଥ ବିଜୟ କ୍ଲବ ର ସ୍ବେଛାସେବୀ ଓ ନିଷ୍ଠା ପରିବାର ର ସଦସ୍ୟ ମାନେ ସୁପରିଚାଳନା କରିଥିଲେ। ରକ୍ତ ଦାନ ଶିବିର ଆୟୋଜନ ପାଇଁ ବିଜୟ କ୍ଲବ କୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ରକ୍ତ ଦାତା,ସହଯୋଗୀ,ଶୁଭେଛୁ ସମସ୍ତ ଙ୍କୁ ଆମ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।

You may have missed