June 13, 2026

ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କ ଡାକ୍ତରୀ ଚିହ୍ନଟ କରଣ ଶିବିର ଓ ସହାୟକ ଉପକରଣ ବଣ୍ଟନ ମେଳା..

IMG-20251019-WA0027
Share

ମୋହନା(ସନ୍ତୋଷ ଗୌଡ)ମୋହନା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ପିଏମ ଶ୍ରୀ (ଏସଏସଡି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଏକ ଦିନିକିଆ ସହାୟକ ଉପକରଣ ପାଇବା ନିମନ୍ତେ ଡାକ୍ତରୀ ପରୀକ୍ଷା ଓ ସହାୟକ ଉପକରଣ ବଣ୍ଟନ ମେଳା ଅନୁଷ୍ଠିତ ହୋଇଥିଲା।ଏହି ଶିବିରକୁ ଗୋଷ୍ଟି ଶିକ୍ଷାଧିକାରୀ ନରେନ୍ଦ୍ର କୁମାର ବେହେରା ଉଦଘାଟନ କରିଥିବା ବେଳେ ସହକାରୀ ଶିକ୍ଷାଧିକାରୀ ମଦନ କହଁର,ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟରଞ୍ଜନ କର ଅତିଥି ଭାବେ ଯୋଗ ଦେଇଥିଲେ। ଶାରୀରିକ ବିଭାଗୀୟ ଡାକ୍ତର ନିହାର ରଞ୍ଜନ ମଳିକ,ଶ୍ରବଣ ବିଶେଷଜ୍ଞ ଧରିତ୍ରୀ ଗଡ଼ତୀୟା ,ଡାଟା ଏଣ୍ଟ୍ରି ଅପରେଟର ରୀତିକି ତିୱାରୀ ,ଏଜି ଅଡ଼ିଟର ରବି ନାୟକ,ଆଞ୍ଚଳିକ ସାଧନ କର୍ମୀ ସିଦ୍ଧାର୍ଥ କୁମାର ପାତ୍ର,ଜିତୁନ ବେହେରା ଯୋଗ ଦେଇ ଦିବ୍ୟାଙ୍ଗ ପିଲା ମାନଙ୍କର ଚ଼ିହ୍ନଟୀ କରଣରେ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସଂପର୍କରେ ଗୋଷ୍ଟି ଶିକ୍ଷାଧିକାରୀ ଶ୍ରୀ ବେହେରା ସମ୍ୟକ ସୂଚନା ପ୍ରଦାନ କରିଥିଲେ।ଏହି ଶିବିରରେ ଉପସ୍ଥିତ ଥିବା ୬୫ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ସେମାନଙ୍କର ଅବିଭାବକ ମାନଙ୍କ ଉପସ୍ଥିତିରେ ଏମଆଇ କିଟ୍ ୧୨, ସିପି ଚ଼େୟାର ଗୋଟିଏ,ରୋଲେଟର ଗୋଟିଏ,କୃଟିଚ଼େସ ୧୨ ଓ ଶ୍ରବଣ ଯନ୍ତ୍ରୀ ୬ ଟି ଦିବ୍ୟାଙ୍ଗ ପିଲା ମାନଙ୍କୁ ବଣ୍ଟନ କରାଯାଇଥିଲା।ଏହି ଶିବିରକୁ ଗୋଷ୍ଠି ସମ୍ୱଳ ଶିକ୍ଷକ ସୁମନ୍ତ ପ୍ରଧାନ ଓ ପ୍ରକାଶ କୁମାର ସାହୁ ପରିଚାଳନା କରିଥିଲେ। ଚଳିତ ବର୍ଷ ପାଇଁ ନୂତନ ଭାବେ ସହାୟକ ଉପକରଣ ପାଇବା ନିମନ୍ତେ ୩୩ ଜଣ ଭିନ୍ନକ୍ଷମ ପିଲାଙ୍କୁ ଚି଼ହ୍ନଟୀ କରଣ କରାଯାଇଥିଲା। ଶେଷରେ ଏସଏସଡି ବିଦ୍ୟାଳୟର  ପ୍ରଧାନ ଶିକ୍ଷକ ଶ୍ରୀ କର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

You may have missed