April 28, 2026

ନବରଙ୍ଗପୁର ଜିଲ୍ଲା ରେ ରାସାୟନିକ ସାର ଓ କିଟ ନାଶକ ଔଷଧ ବ୍ୟବହାର ଉପରେ ସ୍ୱର ଉତ୍ତୋଳନ କଲା ଭତରା ବିକାଶ ପରିଷଦ……..

IMG-20240919-WA0002
Share

 

 

ଉମରକୋଟ(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା

ରାଜ୍ୟରେ ରାସାୟନିକ ସାର ଓ କିଟନାଶକ ଔଷଧ ବ୍ୟବହାର ରେ ପ୍ରଥମ ବୋଲି କିଛି ଦିନ ତଳେ କିଛି ଗଣମାଧ୍ୟମ ରେ ପ୍ରକାଶ ପାଇଥିଲା। ଏହା ଦ୍ବାରା ଲୋକେ ବିଭିନ୍ନ ରୋଗ ରେ ପଡ଼ିବା, ଭୂତଳ ଜଳ ବିଷାକ୍ତ ହେବା ଓ କୌଣସି ସୂକ୍ଷ୍ମ ଜୀବ ମୃତ୍ୟୁ ବରଣ କରୁଥିବା ଇତ୍ୟାଦି ଅଭିଯୋଗ କରାଯାଇଛି।ତେଣୁ ଜିଲ୍ଲାରେ ଜୈବିକ ସାର ପ୍ରୟୋଗ କରି ଚାଷ କରିବା ଉପରେ ଗୁରୁତ୍ବ ଦେବା ପାଈଁ ଭତରା ବିକାଶ ପରିଷଦ ଦାବୀ କରିଛି। ଭତରା ବିକାଶ ପରିଷଦ ପକ୍ଷରୁ ଭାରତୀୟ ଉମରକୋଟ ଏବିଡିଓ ଜିତେନ୍ଦ୍ର ସାମଲ, କୃଷି ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ର ଓ ତହସିଲଦାର ଙ୍କୁ ଏକ ଦାବୀପତ୍ର ପ୍ରଦାନ କରି ଜୈବିକ ପଦ୍ଧତିରେ ଚାଷ କରିବା ପାଇଁ ଦାବି କରିଛି। ଏଥି ସହ ଏହି ଅଞ୍ଚଳରେ ରାସାୟନିକ ଓ କୀଟନାଶକ ଚାଷ ବଦଳରେ ପ୍ରାକୃତିକ ଚାଷ ବା ଜୈବିକ ପଦ୍ଧତିରେ ଚାଷ ବିଷୟରେ ସଚେତନତା କରି ତାଲିମ ପ୍ରଦାନ କରିବାକୁ ଦାବିପତ୍ର ରେ ଉଲ୍ଲେଖ ରହିଛି। ଏହି କାର୍ଯ୍ୟକ୍ରମ ରେ ଉମରକୋଟ ବ୍ଳକ ଭତରା ସମାଜ ର ସଭାପତି ଡମ୍ବରୁଧର ପୂଜାରୀ

ଉପ-ସଭାପତି ଧନ ସାଏ ନାୟକ , ସମ୍ପାଦକ ସୁନା ଧର ଭତରା , କୋଷାଧ୍ୟକ୍ଷ ଗୋବର୍ଦ୍ଧନ ଭତରା,

ଗୁରୁବାରୁ ଭତରା, ଅମର ସିଂ ଭତରା ,ମୋହନ ସିଂ ଭତରା ଓ ଜଗନ୍ନାଥ ଭତରା, ଚୂନି ଲାଲା ସତନାମୀ ପ୍ରମୁଖ ଉପସ୍ଥିତ ରହିଥିଲେ।

You may have missed